26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶମଞ୍ଚରେ ‘ରାମ’ଙ୍କୁ ହାର୍ଟ ଆଟାକ

ମଞ୍ଚରେ ‘ରାମ’ଙ୍କୁ ହାର୍ଟ ଆଟାକ

ନୂଆଦିଲ୍ଲୀ :  ମଞ୍ଚରେ ‘ରାମ’ଙ୍କୁ ଆସିଲା ହାର୍ଟ ଆଟାକ । ରାମଲୀଳାରେ  ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଥିଲେ । ହଠାତ୍ ହୃଦଘାତରେ ଶିକାର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ  ଭର୍ତ୍ତିି  କରାଯାଇଥିଲ।। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦିଲ୍ଲୀର ଶାହଦରା ଇଲାକାରେ ନବରାତ୍ରି ଅବସରରେ ବିଶ୍ୱକର୍ମା ନଗରରେ ଜୟ ଶ୍ରୀ ରାମଲିଳା ଆୟୋଜନ କରାଯାଇଥିଲ। । ଉକ୍ତ ମଞ୍ଚରେ ସୁଶୀଲ କୌଶିକ ପ୍ରଭୁ ରାମ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କର ଅଭିନୟ ପୂରା ସରିନଥିଲା । ଏହାରି ମଧ୍ୟରେ ସିନରେ ଥିବା ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ପ୍ରାର୍ଥନା କରୁଛନ୍ତି, ହଠାତ୍ ସେହି ସମୟରେ ହୃଦୟରେ ଯନ୍ତ୍ରଣା ଅନୁଭବ କରି ସୁଶୀଲ କୌଶିକ ମଞ୍ଚ ଛାଡି ପଳାଇଥିଲେ । ହଠାତ୍ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲୋ ମୃତକ ଜଣଙ୍କ ହେଉଛନ୍ତି ବିଶ୍ୱକର୍ମା ନଗର ଅଞ୍ଚଳର ସୁଶୀଲ କୌଶିକ । ସେ ଜଣେ ପେଶାରେ ପ୍ରପର୍ଟି ଡିଲର । ବୟସ ମାତ୍ର ୪୫ ବର୍ଷ । ସେ ପ୍ରଭୁ ଶ୍ରୀ ରାମଙ୍କର ଜଣେ ପରମ ଭକ୍ତ । ସେ ପ୍ରଭୁ ଶ୍ରୀ ରାମଙ୍କର ଚରିତ୍ର ଅଭିନୟ କରିବା ସହିତ ଦମଦାର ସଂଳାପ କହି ଲୋକଙ୍କ ମନରେ ଭାବ ଜମାଉଥିଲେ।। ହେଲେ ହଠାତ୍ ମଞ୍ଚ କଳାର ଛାୟା ଘେରିଯିବ ବୋଲି କିଏ ଅବା ଜାଣିଥିଲା ।  ମଞ୍ଚରେ ସୁନୀଲ କୌଶିକଙ୍କ ଶେଷ ଅଭିନୟ ଥିଲ।। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛିା ତଦନ୍ତରୁ  ଜଣାପଡିଛି ଯେ ହୃଦଘାତରୁ ସୁନୀଲ କୌଶିକଙ୍କ ମୃତ୍ୟୁ ହୋଇଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking