26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହରିଆଣା ନିର୍ବାଚନ : ୯୦ ଆସନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୦୩୧ ପ୍ରାର୍ଥୀ

ହରିଆଣା ନିର୍ବାଚନ : ୯୦ ଆସନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୦୩୧ ପ୍ରାର୍ଥୀ

ଚଣ୍ଡିଗଡ଼: ଶୁକ୍ରବାର ହରିଆଣାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ୍ ୯୦ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଯାଇଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟାରେ ରାଜ୍ୟବାସୀଙ୍କ ଉତ୍ସାହ ସ୍ପଷ୍ଟ ପ୍ରତୀତ ହୋଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ଯମୁନାନଗରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଗୁରୁଗ୍ରାମରେ ସର୍ବନିମ୍ନ ଭୋଟ୍ ହାର ରହିଛି।
ଶନିବାର ସକାଳ ୭ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟର ମୋଟ୍ ୨ କୋଟି ୩ ଲକ୍ଷ ୫୪ହଜାରରୁ ଅଧିକ ଯୋଗ୍ୟ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାର ଥିବା ବେଳେ ଏମାନଙ୍କ ମଧ୍ୟରୁ ୬୫% ଭୋଟର ଭୋଟ୍‌କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି। ଏଥର ହରିଆଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ସିଧାସଳଖ ଲଢ଼େଇ ଯଦିଓ ଦେଖିବାକୁ ମିଳିଥିଲା, ଆଇଏନ୍‌ଏଲ୍‌ଡି-ପିଏସ୍‌ପି, ଜେଜେପି-ଆଜାଦ୍ ସମାଜ ପାର୍ଟି ମଧ୍ୟ ଏଠାରେ ନିଜ ନିଜ ପ୍ରାର୍ଥୀ ଦେଇଛନ୍ତି।
ହରିଆଣାର ୯୦ ବିଧାନସଭା ଆସନ ପାଇଁ ୧୦୩୧ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। ଏମାନଙ୍କ ମଧ୍ୟରେ ୧୦୧ଜଣ ମହିଳା ପ୍ରାର୍ଥୀ ମଧ୍ୟ ସାମିଲ ରହିଛନ୍ତି। ଶାନ୍ତିଶୃଙ୍ଖଳା ପୂର୍ବକ ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ମୋଟ୍ ୨୦ ହଜାର ୬୩୨ ପୋଲିଂ ବୁଥ୍ ସ୍ଥାପନା ସହ ସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏକକ ପର୍ଯ୍ୟାୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପାଖାପାଖି ୩୦ ହଜାର ପୁଲିସ କର୍ମୀ ଓ ୨୨୫ ପାରାମିଲିଟାରୀ ନିୟୋଜିତ ହୋଇଥିଲେ। ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking