17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଦୁର୍ଗା ପୂଜାରେ କଏଦୀଙ୍କୁ ମିଳିବ ମଟନ ବିରିୟାନୀ ଓ ଚିକେନ୍ କରୀ !

ଦୁର୍ଗା ପୂଜାରେ କଏଦୀଙ୍କୁ ମିଳିବ ମଟନ ବିରିୟାନୀ ଓ ଚିକେନ୍ କରୀ !

ପଶ୍ଚିମବଙ୍ଗ : ଦୁର୍ଗା ପୂଜା ଆଉ ମାତ୍ର ଅଳ୍ପ ଦିନ ରହିଲା । ପୂରା ଦେଶରେ ପୂଜାକୁ ନେଇ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଗଲାଣି । ଦୁର୍ଗା ପୂଜା ଉତ୍ସବକୁ ନେଇ ପଶ୍ଚିମବଙ୍ଗରେ ଏକ ଅଲଗା ପ୍ରକାର ଧୁମ୍ ରହିଛି । ପୂଜା ଅବସରରେ ବଙ୍ଗରେ ଦେବୀ ଦୁର୍ଗାଙ୍କ ଭବ୍ୟ ପେଣ୍ଡାଲ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରାଯାଇଥାଏ । ଏହାରି ଭିତରେ ସବୁଠାରୁ ଖାସ୍ କଥା ହେଉଛି, ଚଳିତ ବର୍ଷ ପଶ୍ଚିମବଙ୍ଗର ଜେଲ୍‌ରେ କଏଦୀମାନଙ୍କୁ ମିଳିବ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ । କଏଦୀମାନେ ମଧ୍ୟ ଉତ୍ସବ ବେଳେ ସେମାନଙ୍କ ଖାଦ୍ୟ ମେନୁ ପରିବର୍ତ୍ତନ କରିବାକୁ ଅପିଲ କରନ୍ତି । ତେଣୁ ଷଷ୍ଠୀରୁ ନେଇ ଦଶହରା ପର୍ଯ୍ୟନ୍ତ ଜେଲ୍ ଅଧିକାରୀମାନେ କଏଦୀମାନଙ୍କ ପାଇଁ କିଛି ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି । ତେବେ ଏ ନେଇ ଅଧିକାରୀମାନେ କହିଛନ୍ତି ଯେ ସମୟ ପୂର୍ବରୁ ଖାଦ୍ୟର ସ୍ୱଳ୍ପ ଭାଗକୁ ସଞ୍ଚୟ କରି ରଖାଯାଇଥାଏ, ଯଦ୍ଦ୍ୱାରା କି, କୌଣସି ଅତିରିକ୍ତ ଖର୍ଚ୍ଚ ନ ହେବ ।

ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏଥର କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି । ଏହି ମେନୁରେ ମାଛରେ ମାଥା ଦିଏ ପୁଇ ଶାକ, ମାଛର ମାଥା ଦିଏ ଦାଲ୍‌, ଲୁଚି ଛୋଲାର ଦାଲ, ପାୟେଶ, ଚିକେନ୍ କରୀ, ଆଲୁ ପୋତୋଲ ଚିଙ୍ଗରୀ, ରାଇତା ସହ ମଟନ ବିିରିୟାନୀ, ବସନ୍ତୀ ପଲଉ ଭଳି ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନକୁ ଅନ୍ତର୍ଭୁକ୍ତ କରାଯାଇଛି । ତେଣୁ ଚଳିତ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର କଏଦୀମାନେ ମଟନ ବିରିୟାନୀ ଓ ଚିକେନ୍ କରୀର ମଜା ନେଇପାରିବେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜେଲ୍‌ର କ୍ୟାଣ୍ଟିନ୍‌ରେ ରୋଷେୟା ଏବଂ ସହାୟକ ରୂପେ କାମ କରୁଥିବା କଏଦୀମାନେ ୫ ଦିନିଆ ଉତ୍ସବରେ ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଏହା ମାଧ୍ୟମରେ ଆମେ କଏଦୀମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିବୁ । ଉତ୍ସବ ପୂର୍ବରୁ କଏଦୀମାନେ ଚିଠି ଲେଖି ଅନୁରୋଧ କରିଥାଆନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking