30.1 C
Bhubaneswar
Saturday, February 14, 2026
Homeଓଡିଶାକ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ରଥଯାତ୍ରା

କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ରଥଯାତ୍ରା

ଯାଜପୁର : ଜଗତ ଜନନୀ ମା ବିରଜା ଅନ୍ୟ ତମ ଶକ୍ତି ପୀଠ ଭାବ ରେ ବଣ୍ଣିତ ହୋଇଚି ଯାଜପୁର ର ଅଧିଷ୍ଠାତ୍ରୀଦେବୀ ମା ବିରାଜ l ମା ବିରଜା ମଣ୍ଡକ ଭାବେ ମାନ୍ୟତା ପାଇଛି l ମା ବିରଜା ଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତ୍ର ରେ ପୂଜା ବା ଉପାସନା କାରା ଯାଇ ଥାଏ ଏହି ପୀଠ ଅତି ପୁରାତନ ମା ଙ୍କ ବେଢ଼ା ରେ ବାହୁ ଶିବ ଲିଙ୍ଗ ପୂଜା ପାଆନ୍ତି ଓ ନାଭି ଗୟା ଏହାର ବିଶେଷତ୍ୱ ରହିଛି l ଏହି ପିଠ ରେ ମା ଙ୍କ ରଥ ଯାତ୍ରା ବିରଳ l ସମଗ୍ର ଭାରବର୍ଷରେ ମା ବିରଜା ଙ୍କୁ ସ୍ୱତନ୍ତ୍ର ସ୍ଥାନ l ପୂଜା ପଦ୍ଧତି ସ୍ୱତନ୍ତ୍ର ଭାବ ରେ ବିଭନ୍ନ ପର୍ବ ପବାନି ରେ ପୁଜା ପାଇ ଥାଆନ୍ତି l ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ। ଗତକାଲି ଠାରୁ ଆରମ୍ଭ ହୋଇଛି ମାଙ୍କ ନବ ଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରାର ଦ୍ୱିତୟ ଦିନରେ ଉତ୍ସବ ମୁଖର ସମଗ୍ର ଅଂଚଳ । ଅପରାହ୍ନ ରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ହୁଳୁହୁଲି ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମାଙ୍କ ରଥ ଟାଣିବାକୁ ଏବଂ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଦାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ଏହି ନବରାତ୍ର ଅବସର ରେ ସକାଳେ ମାଙ୍କ ଗର୍ଭଗୃହ କୁ ଯାଇ ମୁଖ ଦର୍ଶନ ସହ ପାଦ ସ୍ଵର୍ଶ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା। ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking