30.1 C
Bhubaneswar
Thursday, February 12, 2026
Homeଓଡିଶାରାଜନୈତିକ ରଙ୍ଗ ଦିଆ ନଯାଉ

ରାଜନୈତିକ ରଙ୍ଗ ଦିଆ ନଯାଉ

ଭୁବନେଶ୍ୱର :  ନିଜର ଓଡ଼ିଶା ଗସ୍ତ ସମୟରେ ରାଜ ଭବନରେ ରହଣି ଓ ରାଜ୍ୟପାଳଙ୍କ ସହ ସାକ୍ଷାତକୁ ନେଇ ବିରୋଧୀ ବିଜେଡି କରିଥିବା ଅଭିଯୋଗ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏନେଇ ତାଙ୍କ କାର୍ୟ୍ୟାଳୟ କଡ଼ା ଜବାବ ଦେବା ସହ ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ସୌଜନ୍ୟ ମୂଳକ ସାକ୍ଷାତକୁ ରାଜନୈତିକ ରଙ୍ଗ ନ ଦେବାକୁ ପରାମର୍ଶ ଦିଆଯାଇଛି। ଉପ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜନୈତିକ ରଙ୍ଗ ଦିଆ ନ ଯାଉ। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ରାଜଭବନରେ ରୁହନ୍ତି। ରାଜ୍ୟପାଳ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସୌଜନ୍ୟମୂଳକ ଭାବରେ ଭେଟିବାର ପରମ୍ପରା ରହିଛି।
ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସୌଜନ୍ୟମୂଳକ ସାକ୍ଷାତରେ କୌଣସି ରାଜନୀତି ବିଷୟରେ ଆଲୋଚନା ହୋଇ ନାହିଁ। ସୌଜନ୍ୟମୂଳକ ସାକ୍ଷାତ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖାଯିବା ଉଚିତ ନୁହେଁ। ଦେଶର ପୂର୍ବତନ ଉପରାଷ୍ଟ୍ରପତିଙ୍କକୁ ଏଭଳି ରାଜନୈତିକ ବିବାଦ ଭିତରକୁ ଟାଣି ନେବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି।ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପୂର୍ବତନ ଉପ ରାଷ୍ଟ୍ରପତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିଧାସଖଳ ରାଜଭବନ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking