21.1 C
Bhubaneswar
Wednesday, February 11, 2026
Homeଓଡିଶାଦୀର୍ଘଦିନ ଧରି ଚାଲିଥିଲା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି; ସିଏମ୍‌ସିର ଚଢଉ

ଦୀର୍ଘଦିନ ଧରି ଚାଲିଥିଲା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି; ସିଏମ୍‌ସିର ଚଢଉ

କଟକ: ଭେଣ୍ଡିଂ ଜୋନ ଖାଦ୍ୟ ଦୋକାନ ଉପରେ ସିଏମସି ଏନଫୋର୍ସମେଣ୍ଟ ଓ ଖାଦ୍ୟ ସୁରକ୍ଷା ଟିମ୍ ଚଢ଼ଉ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସମ୍ମୁଖରେ ଥିବା ଭେଣ୍ଡିଂ ଦୋକାନରେ ଚଢ଼ାଉ କରାଯାଇଥିଲା। ରାସ୍ତା କଡରେ ଅତି କଦର୍ଯ୍ୟ ଭାବେ ରୋଷେଇ କରି ଲୋକଙ୍କୁ ଖାଦ୍ୟ ବିକ୍ରି କରୁଥିଲେ ଦୋକାନୀ। ଏପରିକି ଦୋକାନ ଗୃହ ଭିତରେ ଖାଦ୍ୟ ପ୍ରସ୍ତୁତ ପାଇଁ ରହିଥିବା ମାଛକୁ ବିଲେଇ ଖାଉଥିବା ଦେଖିବାକୁ ମିଳିଥିଲା। ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ଫୁଡ଼ ଇନ୍ସପେକ୍ଟର ଭଗବାନ ଳେଙ୍କା ସମେତ ବହୁ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିଲେ। ପାଖାପାଖି ୨ କୁଇଣ୍ଟାଲ ଖାଦ୍ୟ ଜବତ୍ କରିବା ସହ ତାକୁ ନଷ୍ଟ କରାଯାଇଛି। ତେବେ ଖାଦ୍ୟ ଦୋକାନର ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର ନଥିବା, ରାସ୍ତା ଜବରଦଖଲ କରିଥିବା ତିନୋଟି ଦୋକାନକୁ ସିଲ କରିଥିଲା ଏନଫୋର୍ସମେଣ୍ଟ ଟିମ୍‌। ତେବେ ପ୍ରଶ୍ନ ଉଠୁଛି ଦୀର୍ଘଦିନ ଧରି ଅସ୍ୱାସ୍ଥ୍ୟକର ପରିବେଶ ରେ ରାସ୍ତା କଡରେ ଭାତ, ଡାଲି, ତରକାରୀ ରୋଷେଇ କରି ଏପରି ବ୍ୟବସାୟ ଚାଲିଛିା ମାତ୍ର ସିଏମସି ସ୍ୱାସ୍ଥ୍ୟ ବିଭାଗ କାହିଁକି ଏତେଦିନ ଚୁପ ବସିଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସୁଥିବା ଶତାଧିକ ଲୋକେ ଏଠାକୁ ଖାଇବାକୁ ଆସୁଥିବା ରୁ ନିୟମ ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking