25.1 C
Bhubaneswar
Wednesday, February 11, 2026
Homeଓଡିଶା୪୨୧ କୋର୍ଟରେ କାର୍ଯ୍ୟକାରୀ ହେଲା ୱାରେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ

୪୨୧ କୋର୍ଟରେ କାର୍ଯ୍ୟକାରୀ ହେଲା ୱାରେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ

କଟକ: ରାଜ୍ୟର ସମସ୍ତ ୩୦ ଜିଲାରେ ଏକ ନୂତନ ୱାରେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଆଉ ୱାରେଣ୍ଟଗୁଡ଼ିକ କାର୍ଯ୍ୟକାରୀ ନହୋଇ ପଡ଼ିରହିବ ନାହିଁ। ଯଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନରେ ଏହା ସହାୟକ ହୋଇପାରିବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଆଶାବ୍ୟକ୍ତ କରିଛନ୍ତି। ୱାରେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ପାଇଲଟ୍ ପ୍ରକଳ୍ପ ଭାବରେ କଟକ ଜିଲାରେ ଆରମ୍ଭ ହୋଇଥିଲା। ସଫଳତାର ସହ ପ୍ରକଳ୍ପର ପରୀକ୍ଷଣ ପରେ ଏହି ବ୍ୟବସ୍ଥା ଅନୁଗୋଳ, ବାଲେଶ୍ୱର, ଖୋର୍ଦ୍ଧା,ଗଞ୍ଜାମ, କୋରାପୁଟ, ରାଉରକେଲା ଜଜ୍‌ସିପ୍‌ରେ୨୦୨୩ ଅଗଷ୍ଟ ପହିଲାରେ କାର୍ଯ୍ୟକାରୀ ହୋଇଥିଲା। ଶୁକ୍ରବାର ରାଜ୍ୟର ବାକି ୨୩ଟି ଜିଲ୍ଲାର ୪୨୧ କୋର୍ଟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ ହୋଇଥିବା ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ହାଇକୋର୍ଟର ତଥ୍ୟ ଅନୁସାରେ ୨୦୨୪ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ୫୪,୭୯୯ଟି ୱାରେଣ୍ଟ କାର୍ଯ୍ୟକାରୀ ନହୋଇ ପଡ଼ିରହିଥିବା ଜଣାଯାଇଛି। ତେବେ ନୂତନ ବ୍ୟବସ୍ଥା ଦ୍ୱାରା ୱାରେଣ୍ଟ ଗୁଡ଼ିକର ସ୍ଥିତି ସମ୍ପର୍କରେ ଜାଣିହେବ ବୋଲି କୁହାଯାଇଛି।ଏନେଇ ହାଇକୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତିଙ୍କ ସମେତ ଷ୍ଟେଟ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଅଧ୍ୟକ୍ଷ ବିଚାରପତି ସଞ୍ଜିବ କୁମାର ପାଣିଗ୍ରାହୀ, ବିଚାରପତି ମୃଗାଙ୍କ ଶେଖର ସାହୁ, ବିଚାରପତି ଶଶୀକାନ୍ତ ମିଶ୍ର, ବିଚାରପତି ବିରଜା ପ୍ରସନ୍ନ ଶତପଥୀ, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଓ ଷ୍ଟେଟ କ୍ରାଇମ ରେକର୍ଡସ ବ୍ୟୁରୋ ଡ. ସନ୍ତୋଷ ବଳ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking