30.1 C
Bhubaneswar
Thursday, February 12, 2026
Homeଅପରାଧଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଉତ୍ତରପ୍ରଦେଶ : ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦନ ବର୍ମାଙ୍କ ଗୋଡରେ ଗୁଳି ବାଜିଛି। ସୂଚନାନୁସାରେ, ପଚରାଉଚରା ବେଳେ ବନ୍ଧୁକ ଜବତ ପାଇଁ ନିଆଯାଉଥିବା ବେଳେ ଚନ୍ଦନ ବର୍ମା ପୁଲିସର ପିସ୍ତଲ ଛଡ଼ାଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ପୁଲିସ ତାଙ୍କ ଗୋଡକୁ ଗୁଳି କରିଦେଇଥିଲା। ଏହି ଘଟଣା ମୋହନଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ଏହି ପୂରା ମାମଲାରେ ପୁଲିସ ଯାଞ୍ଚ ଚାରି ରଖିଛି। ଅମେଠୀ ଏସ୍‌ପି ଅନୁପ କୁମାର ସିଂହଙ୍କ କହିଛନ୍ତି, ଗୁରୁବାର ଦିନ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଏସଟିଏଫ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଚନ୍ଦନ ବର୍ମାଙ୍କୁ ଗତକାଲି ନୋଏଡା ଜୁଆର ଟୋଲ ପ୍ଲାଜାରୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଅମେଠୀର ଶିବରତନଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଶିକ୍ଷକ ସୁନୀଲ କୁମାର (୩୫), ତାଙ୍କ ପତ୍ନୀ ପୁନମ୍‌ (୩୨), ଝିଅ ଦୃଷ୍ଟି (୬) ଏବଂ ଏକ ବର୍ଷର ଝିଅ ସୁନିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସମଗ୍ର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଚନ୍ଦନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking