21.1 C
Bhubaneswar
Saturday, February 14, 2026
Homeଓଡିଶାଜେସିବି ଧକ୍କାରେ ମହିଳା ମୃତ

ଜେସିବି ଧକ୍କାରେ ମହିଳା ମୃତ

ମୟୂରଭଞ୍ଜ : ବାଙ୍ଗିରିପୋଷି ରେଳଷ୍ଟେସନ ପରିସରରେ ରେଳ ବିଭାଗର ଠିକାଦାରଙ୍କ ଦ୍ଵାରା ଆଜକୁ ଦୀର୍ଘ ଦିନ ହେବ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଉକ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଚାଲିଥିବାବେଳେ କାର୍ଯ୍ୟରେ ନିୟୋଜିତ ହୋଇଥିବା ଜେସିବି ଧକ୍କାରେ ମହିଳା ସୁମତି ନାଏକ (୪୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜେସିବିଟି ପଛେଇ ମାଡ଼ିଯିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହିତ ମୃତ୍ୟୁ ହୋଇଛି। ଉକ୍ତ ମହିଳାଙ୍କ ଘର ବାଙ୍ଗିରିପୋଷି ପଞ୍ଚାୟତ ଗୁରୁଗୁଡିଆ ସାହି ମଝିଗାଁ ବୋଲି ଜଣାପଡିଛି। ପରିବାର ସହିତ ଗ୍ରାମବାସୀ ଘଟଣାସ୍ଥଳରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି। ଦାବି ବାବଦକୁ ୩୦ ଲକ୍ଷ ସହିତ ରେଳ ବିଭାଗରେ ପରିବାରର ଜଣକୁ ଚାକିରି ଦିଆଯାଉ ବୋଲି କହିଛନ୍ତି। ଘଟଣା ଜଣାପଡ଼ିବା ପରେ ପରିବାର ସହିତ ଗ୍ରାମବାସୀ ଘଟଣାସ୍ଥଳରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି। ଦାବି ବାବଦକୁ ୩୦ ଲକ୍ଷ ସହିତ ରେଳ ବିଭାଗରେ ପରିବାରର ଜଣକୁ ଚାକିରି ଦିଆଯାଉ ବୋଲି କହିଛନ୍ତି। ଘଟଣାସ୍ଥଳରେ ତହସିଲଦାର ସୀତାଂଶୁ ଶେଖର ଦାସ, ଥାନା ଅଧିକାରୀ ରୋଜାଲିନ ବେହେରା, ରେଳବାଇ ପୁଲିସ ଉପସ୍ଥିତ ଅଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking