28.1 C
Bhubaneswar
Saturday, October 5, 2024
Homeଖେଳପାକ୍ କ୍ରିକେଟର୍‌ଙ୍କୁ ମିଳିନି ୪ ମାସର ସାଲାରୀ

ପାକ୍ କ୍ରିକେଟର୍‌ଙ୍କୁ ମିଳିନି ୪ ମାସର ସାଲାରୀ

ନୂଆଦିଲ୍ଲୀ:  ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏବେ ପିସିବି କାଙ୍ଗାଳ ଅବସ୍ଥାରେ ପହଞ୍ଚିଥିବା ଖବର ପ୍ରକାଶ ପାଇଛି । ପାକିସ୍ତାନୀ ମିଡିଆ ରିପୋର୍ଟ୍ସ ଅନୁସାରେ, ଗତ ଚାରିମାସ ହେବ ପାକିସ୍ଥାନ ମହିଳା କ୍ରିକେଟ୍ ଟିମ୍‌ର ଖେଳାଳିଙ୍କୁ ସାଲାରୀ ମିଳିନାହିଁ । ଏପରି ସ୍ଥିତିରେ ଏବେ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟକୁ ନେଇ ବିପଦ ସୃଷ୍ଟି ହୋଇଛି । ଖେଳାଳିଙ୍କୁ ସାଲାରୀ ନଦେବାରୁ ପିସିବି ଦେବାଳିଆ ହୋଇଥିବା ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ, ଦେବାଳିଆ ହେବା ଖବର ମଧ୍ୟରେ ପିସିବି ଏବେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତି ନିମନ୍ତେ ଷ୍ଟାଡିୟମ୍ ନବୀକରଣ ପାଇଁ ହାତଖୋଲି ଅର୍ଥ ଖର୍ଚ୍ଚ କରୁଛି । ପିସିବ ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ କହିଥିଲେ, ଯେଉଁ ଖେଳାଳି ଫିଟ୍‌ନେସ୍ ଟେଷ୍ଟ ପାସ୍ କରିବେ ନାହିଁ ସେମାନଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସ୍ଥାନ ମିଳିବନି । ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ପ୍ରଦାନରେ ହେଉଥିବା ବିଳମ୍ବକୁ ନେଇ ପିସିବିର ଏକ ସୂତ୍ର ପକ୍ଷରୁ କୁହାଯାଇଛି ଘରୋଇ ଖେଳାଳିଙ୍କୁ ଧ୍ୟାନରେ ରଖି ଏକ ନୂଆ ଟିମ୍ ଚୟନ ଉପରେ ଫୋକସ୍ କରାଯାଉଛି । ସେ କହିଛନ୍ତି, କେତେକ ଅନ୍ତିମ ନିଷ୍ପତ୍ତି କାରଣରୁ ନୂଆ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ବିଳମ୍ବ ହେଉଛି । ଏ ସମସ୍ତ ସମସ୍ୟା ସମାଧାନ ହୋଇଯିବା ପରେ ଏହାର ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking