26.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଷ୍ଟକ୍ ମାର୍କେଟରେ ହାହାକାର: ୧୮୦୦ ପଏଣ୍ଟ ହ୍ରାସ ସେନସେକ୍ସ; ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ଷ୍ଟକ୍ ମାର୍କେଟରେ ହାହାକାର: ୧୮୦୦ ପଏଣ୍ଟ ହ୍ରାସ ସେନସେକ୍ସ; ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହାର ଗଭୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିଛି । ଲଗାତାର ୩ୟ ଦିନ ପାଇଁ ଶେୟାର ବଜାର ୫%ରୁ ମଧ୍ୟ ଅଧିକ ନିମ୍ନଗାମୀ ହୋଇଛି । ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର ବିକ୍ରି କରିବାରୁ ଗୁରୁବାର ଭାରତୀୟ ଶେୟାର ବଜାର ଧରାଶାୟୀ ହୋଇଛି । ସେନସେକ୍ସ ୧୮୦୦ ଏବଂ ନିଫ୍ଟିରେ ୨.୧୫% ଅର୍ଥାତ୍ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯାହାଫଳରେ ନିବେଶକଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ୧୦.୫୦ଲକ୍ଷ କୋଟି) ଟଙ୍କା ହରାଇବାକୁ ପଡ଼ିଛି । ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏଚ୍‌ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏମ୍ ଆଣ୍ଡ୍ ଏମ୍‌, ଏଲ୍ ଆଣ୍ଡ୍ ଟି ଏବଂ ଭାରତ ଏୟାରଟେଲ ଭଳି ଅଗ୍ରଣୀ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ଅଧିକ ହ୍ରାସ ପାଇଥିଲା । ସେହି ସମୟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଏକମାତ୍ର ଷ୍ଟକ୍ ଥିଲା ଯାହା ଲାଭ ସହିତ ଖୋଲିଥିଲା ।
ଗୁରୁବାର ସେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍ସ ସେନସେକ୍ସ ବର୍ତ୍ତମାନ ୧୮୦୦ ପଏଣ୍ଟ ହ୍ରାସ ସହିତ ୮୨,୪୬୬ ରେ କାରବାର କରୁଛି ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୫୮ ପଏଣ୍ଟ ହ୍ରାସ ସହିତ ୨୫,୨୪୦ ପଏଣ୍ଟରେ କାରବାର କରୁଛି । ବଜାର ହ୍ରାସର ସୁନାମି ଯୋଗୁଁ ନିବେଶକମାନେ ବହୁ କ୍ଷତି ସହିଛନ୍ତି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ)ରେ ତାଲିକାଭୁକ୍ତ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୧୦.୫୮ ଲକ୍ଷ କୋଟି ହ୍ରାସ ପାଇ ୩୬୪.୨୮ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତ ଅଧିବେଶନରେ ୩୭୪.୮୬ ଲକ୍ଷ କୋଟି ଥିଲା । ଏଥିସହ ବିଏସ୍‌ଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ବଜାର ପୁଞ୍ଜିକରଣ ୫.୬୩ ଲକ୍ଷ କୋଟି ହ୍ରାସ ପାଇ ୪୬୯.୨୩ ଲକ୍ଷ କୋଟିରେ ପହଞ୍ଚିଛି ।
ଅନ୍ୟପକ୍ଷେ ୫ଟି କାରଣ ଯୋଗୁ ଭାରତୀୟ ସେୟାର ବଜାରରେ ଏଭଳି ହ୍ରାସ ଦେଖିବାକୁ ମିଳିଥିବା ଅର୍ଥନୈତିକ ବିଶ୍ଳେଷକମାନେ କହିଛନ୍ତି । ଇରାନ୍‌-ଇସ୍ରାଏଲ ବିବାଦ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ନୂଆ ନିୟମ, ବିଦେଶୀ ନିବେଶକଙ୍କ ଅଂଶଧନ ବିକ୍ରି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବୈଶ୍ୱିକ ବଜାରରେ ମାନ୍ଦାବସ୍ଥା ଆଦି କାରଣ ଯୋଗୁ ଯୋଗୁ ଭାରତୀୟ ବଜାର ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା କୁହାଯାଇଛି । ପ୍ରକାଶ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ସମଗ୍ର ବିଶ୍ୱରେ ଥିବା ଷ୍ଟକ୍ ଉପରେ ଦେଖିବାକୁ ମିଳିଛି ଏବଂ ଭାରତୀୟ ଷ୍ଟକ୍ ମାର୍କେଟ୍ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ମଧ୍ୟପ୍ରାଚ୍ୟର ଉତ୍ତେଜନା କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି । ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି ଯାହା କାରଣରୁ ଭାରତୀୟ ବଜାର ହ୍ରାସ ପାଇଛି । ଅନ୍ୟପଟେ ଅକ୍ଟୋବର ୧ ମଙ୍ଗଳବାର ଷ୍ଟକ୍ ମାର୍କେଟ୍ ନିୟାମକ ସେବି ଫ୍ୟୁଚର ଏବଂ ବିକଳ୍ପ ଉପରେ ଅନେକ କଠୋର ନିଷ୍ପତ୍ତି ନେଇଛି, ଯାହା ନଭେମ୍ବର ୨୦ ରୁ କାର‌୍ୟ୍ୟକାରୀ ହେବାକୁ ଯାଉଛି । ଏହି କାରଣରୁ ବଜାରରେ ନିରାଶା ଦେଖାଦେଇଛି । ସେହିଭଳି ଚୀନାରେ ରିଲିଫ୍ ପ୍ୟାକେଜ୍ ଘୋଷଣା ପରେ ନିବେଶକମାନେ ଚୀନ୍ ଆଡକୁ ମୁହାଁଉଛନ୍ତି ଯେଉଁଥିପାଇଁ ଭାରତୀୟ ଷ୍ଟକ୍ ମାର୍କେଟରେ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking