33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶପୂର୍ବତନ ବିଜେପି ସାଂସଦ ରୁପା ଗାଙ୍ଗୁଲି ଗିରଫ

ପୂର୍ବତନ ବିଜେପି ସାଂସଦ ରୁପା ଗାଙ୍ଗୁଲି ଗିରଫ

ପଶ୍ଚିମବଙ୍ଗ : ପୂର୍ବତନ ବିଜେପି ସାଂସଦ ରୁପା ଗାଙ୍ଗୁଲି ଗିରଫ ହୋଇଛନ୍ତି । ବାନସଡ୍ରୋନି ପୋଲିସ୍ ଷ୍ଟେସନରେ ଏକ ଧାରଣାରେ ସେ ବସିଥିଲେ । ଧାରଣା ସ୍ଥଳରୁ ରୁପା ଗାଙ୍ଗୁଲିଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା ଜଣେ ବିଜେପି ନେତାଙ୍କ ଖଲାସ ଦାବିରେ ରୂପା ଗାଙ୍ଗୁଲି ଧାରଣାରେ ବସିଥିଲେ । ତେବେ ଆଜି ପ୍ରାୟ ୧୦ ସମୟରେ ତାଙ୍କୁ ଗିରଫ କରିଛି ପୋଲିସ୍ ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ଓ ରାଜ୍ୟସଭା ସାଂସଦ ସମିକ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି କି ବାନସଡ୍ରୋନି ଘଟଣାକୁ ବିରୋଧ କରାଯାଇଥିଲା ।

ଯେଉଁଠାରେ ଜେସିବି ବୁଲ ଡୋଜର ଦ୍ଵାରା ଏକ ଛାତ୍ରର ଜୀବନ ଚାଲି ଯାଇଥିଲେ । କିନ୍ତୁ ଟ୍ରିନମୋଲ ସରକାର ସମାଲୋଚନାକୁ ସହ୍ୟ କରିପାରନ୍ତି ନାହିଁ। ସେଥିପାଇଁ ରୂପା ଗାଙ୍ଗୁଲିକୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ବୁଧବାର ସକାଳେ କଲିକତାର ଏକ ନବମ ଶ୍ରେଣୀ ଛାତ୍ର କୋଚିଙ୍ଗ ସେଣ୍ଟରକୁ ଯାଉଥିଲା । ଯେଉଁଠାରେ କି ରାସ୍ତା ମରାମତି କାମ ଚାଲୁଥିଲା । ଜେସିବି ଟି ଛାତ୍ରଙ୍କୁ ବାଜି ଯାଇଥିଲା ଯାହାଫଳରେ ଛାତ୍ରଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶେଷରେ ଛାତ୍ରଟିର ଜୀବନ ଚାଲି ଯାଇଥିଲା ।

ଏହି ଘଟଣାରେ ଧାରଣା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଲୋକାଲ କାଉନସିଲର ୧୧୩ ନମ୍ବର ୱାର୍ଡର ଅନିତା କର ମଜୁମଦାରଙ୍କୁ ଛାତ୍ରଙ୍କ ମୃତ୍ୟୁ ପରଠାରୁ ଏହି ଅଞ୍ଚଳରେ ଦେଖିବାକୁ ମିଳୁନାହିଁ । ପାଟୁଲି ପୋଲିସ ଷ୍ଟେସନ ଓସି ଙ୍କୁ ଅଟକ ରଖାଯାଇଛି । କଲିକତା ପୋଲିସ ସହକାରୀ କମିଶନର ପ୍ରଦୀପ ଘୋଷାଲ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ । ବିଜେପି ନେତା ରୁବୀ ମଣ୍ଡଳଙ୍କ ସହ ଆଉ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହାକୁ ବିରୋଧ କରି ଗାଙ୍ଗୁଲି କର୍ମୀ ଓ ବିଜେପି କର୍ମୀ ସମର୍ଥକ ମାନେ ବାନସଡ୍ରୋନି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏ ପର୍ଯ୍ୟନ୍ତ ଛାତ୍ରଙ୍କ ମୃତ୍ୟୁ ମାମଲାରେ କାହାକୁ ଗିରଫ କରାଯାଇନାହିଁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking