28.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଭୟଙ୍କର ବିସ୍ଫୋରଣ, ଚାଲିଗଲା ୩ ଜୀବନ

ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩ ଜୀବନ

ଲକ୍ଷ୍ନୌ : ବାଣ ଭିଡ଼ୁ ଭିଡ଼ୁ ହେଲା ଭୟଙ୍କର ବିସ୍ଫୋରଣ । ଆଉ ଅକାଳରେ ଚାଲିଗଲା ୩ ଜୀବନ । ଏହି ଦୁର୍ଘଟଣାରେ ବହୁ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଉତ୍ତରପ୍ରଦେଶର ସିରାଉଲି ପୁଲିସ୍‌ ଷ୍ଟେଶନ ଅଞ୍ଚଳରେ ଘଟିଛି। ଏହି ବିସ୍ଫୋରଣ ଯୋଗୁ ବହୁ କ୍ଷୟକ୍ଷତି ବି ହୋଇଛି । ନସିର ନାମକ ବ୍ୟକ୍ତି ବାଣ ତିଆରି କରୁଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ୍‌ ତାଙ୍କ ଲାଇସେନ୍ସକୁ ଯାଞ୍ଚ କରି ସାଂଘାତିକ ତଥ୍ୟ ପାଇଛି। ନସିରଙ୍କ ନିକଟରେ ଅନ୍ୟତ୍ର ବାଣ ତିଆରି କରିବାର ଲାଇସେନ୍ସ ଥିବା ବେଳେ ସେ ନିଜ ଶ୍ୱଶୁର ଘରେ ତିଆରି କରି ରଖୁଥିଲେ। ଫଳରେ ସେଠାରେ ନିଆଁ ଲାଗି ଏକା ସମୟରେ ବହୁ ବାଣ ବିସ୍ଫୋରଣ ହୋଇଛି। ତେଣୁ ପରିସ୍ଥିତି ସାଂଘାତିକ ହେବା ସହ ଆଖପାଖରେ ଥିବା ଘରକୁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣ ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ସ୍ଥଳରୁ ବହୁ ପରିମାଣର ବାଣ ଜବତ ହୋଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ୍‌ ଆଇଜି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking