29.1 C
Bhubaneswar
Monday, April 27, 2026
Homeଓଡିଶାକୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ

କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ

ଢେଙ୍କାନାଳ : କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ବାସନ୍ତି ରାଉତ(୪୦)। ସୂଚନା ଅନୁଯାୟୀ, ଆଜି ସକାଳେ ମହିଳାମାନେ କୂଅକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ କୂଅରେ ବାସନ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଘଟଣାସଂପର୍କରେ ମହିଳାମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ବାସନ୍ତିଙ୍କ ପରିବାର ବର୍ଗଙ୍କୁ ଜଣାଇବା ସହ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ତେବେ ବାସନ୍ତି କିପରି କୂଅରେ ପଡ଼ିଲେ, ତାଙ୍କୁ ହତ୍ୟା କରାଯାଇ କୂଅର କିଏ ଫିଙ୍ଗି ଦେଇଛନ୍ତି ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ଗ୍ରାମର ଦୁଖବନ୍ଧୁ ପ୍ରଧାନଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ବାସନ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୁଲିସ ଦୁଖବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking