30.1 C
Bhubaneswar
Friday, February 13, 2026
Homeଓଡିଶାଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ ପଦକ୍ଷେପ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ ପଦକ୍ଷେପ

ଭୁବନେଶ୍ୱର : ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ୟ୍ୟାନୁଷ୍ଠାନ। ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି, ଉକ୍ତ ମାମଲାର ଏବେ ବି ସମୀକ୍ଷା ଚାଲିଛି। ଯିଏ ବି ସମ୍ପୃକ୍ତ ଥିବା ଜଣାପଡ଼ିବ ତାଙ୍କୁ ନିସ୍ତାର ମିଳିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନେବ ।ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବାରଣ ସତ୍ତ୍ୱେ କୋଠଭୋଗ ରୋଷ ଘରେ ଏହି ତିନି ସୁପକାର ଲୁହା କଡ଼େଇ ବ୍ୟବହାର କରି ଅନ୍ନ, ଡାଲି ରୋଷେଇ କରିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।ଏହି ମାମଲାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଦୃଢ କାର୍ୟ୍ୟାନୁଷ୍ଠାନ ନେଇଥିଲେ ମୁଖ୍ୟ ପ୍ରଶାସକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking