30.1 C
Bhubaneswar
Tuesday, October 1, 2024
Homeଓଡିଶା୫ରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ୧୦ ଜିଲ୍ଲାକୁ ଆଲର୍ଟ

୫ରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ୧୦ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷା । ଧିରେ ଧିରେ ବର୍ଷାର ପରିମାଣ କମୁଥିବା ବେଳେ ବୃଦ୍ଧି ପାଇବ ତାପମାତ୍ରା । ଆଗକୁ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଲେ ମଧ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ । ଦିନର ତାପମାତ୍ରା ବଢ଼ିବ । ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । କିଛି କିଛି ସ୍ଥାନରେ ତାପମାତ୍ର ୩୮ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦେଶର ଅନେକ ସ୍ଥାନରୁ ମୌସୁମୀ ବାୟୁ ଅପସାରଣ କରିବା ଆରମ୍ଭ କରିଥିବା ବେଳେ ଓଡ଼ିଶାରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ହୋଇନାହିଁ । ବର୍ତ୍ତମାନ ବି କିଛି ପ୍ରକ୍ରିୟା ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

ବିଶେଷ କରି ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ପାଣିପାଗ ବିଭାଗ । ଏବେ ବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆକାଶ ନିର୍ମଳ ସହ ମେଘମୁକ୍ତ ରହିଥିବାରୁ ଆସନ୍ତା ୪ ଦିନ ବିଶେଷ ବର୍ଷା ନାହିଁ । କାଁଭାଁ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ରହିବ । ଦିନର ତାପମାତ୍ରା ବଢିବ । ଆଗାମୀ ୩ରୁ ୪ ଦିନ ଯାଏଁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏହାସହ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ ।

ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ । ୫, ୬ ଓ ୭ ତାରିଖରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଯଦିଓ ବର୍ଷାର ପରିମାଣ ଅଧିକ ରହିବ ନାହିଁ, ମାତ୍ର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ବାବନା ରହିଛି । ଅକ୍ଟୋବର ୫ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୦ ଜିଲ୍ଲା କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking