30.1 C
Bhubaneswar
Saturday, February 14, 2026
Homeଅପରାଧନାବାଳିକାକୁ ଦୁଷ୍କର୍ମକାରୀକୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ

ନାବାଳିକାକୁ ଦୁଷ୍କର୍ମକାରୀକୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ

ସମ୍ବଲପୁର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ସମ୍ବଲପୁର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଫାଶି ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଦୋଷୀ ପ୍ରଶାନ୍ତ ବଘାରକୁ ୧ କୋଟି ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ, ୨୦୨୨ ମାର୍ଚ୍ଚ ୨୫ ତାରିଖ ସକାଳ ୮ଟାରେ ପୀଡିତା ଘର ପାଖରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ପ୍ରଶାନ୍ତ ବଘାର ବଳପୂର୍ବକ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଏକ କୁରାଢ଼ୀରେ ନୃଶଂସ ଭାବେ ହତ୍ୟା କରିଥିଲା। ନାବାଳିକାର ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ଏହା ପରେ କଟା ମୁଣ୍ଡ ନଳକୂପ ପାଣିରେ ଧୋଇଥିଲା। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।

ଜମନକିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା। ପରେ ପୀଡିତାର ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୋକ୍ସୋ ଆଇନ ବଳରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଆଜି ପୋକ୍ସୋ କୋର୍ଟ ୨୫ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ ସହିତ ପ୍ରମାଣକୁ ଆଧାର କରି ଶୁଣାଣି କରିଛନ୍ତି। ଦୋଷୀଙ୍କୁ ଏକ ବର୍ଷ ଜରିମାନା ଦଣ୍ଡାଦେଶ ହୋଇଛି। ପୀଡିତାଙ୍କ ପରିବାରକୁ ଦେଢ଼ ବର୍ଷ ପରେ ନ୍ୟାୟ ମିଳିଛି। ସରକାରଙ୍କ ପକ୍ଷରୁ ସନ୍ତୋଷ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking