31.1 C
Bhubaneswar
Friday, February 13, 2026
Homeଓଡିଶାଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଦୂର କରିବେ କି ସରକାର

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଦୂର କରିବେ କି ସରକାର

ଯାଜପୁର : ଯାଜପୁର ମିଶନ ଶକ୍ତି ଭବନରେ ଜିଲ୍ଲା ଆଉଟସୋର୍ଶିଂ କର୍ମଚାରୀ ମହାସଂଘ ପକ୍ଷରୁ କର୍ମଚାରୀମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଦୂର କରିବା ନେଇ ଏକ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ଉପସଭାପତି ଗୌତମ ମହାରଣ୍ୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବରୁ ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ରାଜ୍ୟ ସରକାର କର୍ମଚାରୀ ମହାସଂଘକୁ ବିଭିନ୍ନ ପ୍ରତିସ୍ତୃତି ଦେଇ ମଧ୍ୟ ଅଦ୍ୟାବଦି ପୂରଣ କରି ନାହାନ୍ତି । ଏହି ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ କୌଣସି କାରଣ ନଥାଇ ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ମାନଙ୍କୁ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ ଓ ଦରମା ବୃଦ୍ଧି ଘୋଷଣା କରିବା ପରେ ବି ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଆଜି ଯାଏ ମିଳି ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ନୂତନ ସରକାର ନିଶ୍ଚିତ ଭାବେ ଏ ଦିଗରେ ବିଚାର କରି ଅସହାୟ ଆଉଟସୋର୍ସିଂ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମହାସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ତାପସ କୁମାର ମିଶ୍ର କହିଛନ୍ତି । ଛଟେଇ କର୍ମଚାରୀ ମାନକୁ ପୁନଃ ନିଯୁକ୍ତି ସହ ଛଟେଇ ବନ୍ଦ କରିବା, ଡେଲିଓ୍ୱଜେସ୍ କର୍ମଚାରୀଙ୍କୁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭଳି ସମାନ ସୁବିଧା ପ୍ରଦାନ କରିବା ସହ ସ୍ଥାୟୀ ନିଯୁକ୍ତି ପାଇଁ ମହାସଂଘର ନେତୃତ୍ୱ ମାନେ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ବାମଦେବ ସାହୁ, ଦିବ୍ୟଲୋଚନ ସ୍ୱାଇଁ, ଜିଲ୍ଲା ସଭାପତି ଉମା ମାହେଶ୍ୱରୀ ପଣ୍ଡା, ସମ୍ପାଦକ ପ୍ରଶାନ୍ତ କୁମାର ଦାସଙ୍କ ସମେତ ମିଳିତ କର୍ମଚାରୀ ମହାମଞ୍ଚରର ବହୁ କର୍ମକର୍ତା ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking