18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆଜି ହେଉଛି ଆନ୍ତର୍ଜାତିକ କଫି ଦିବସ

ଆଜି ହେଉଛି ଆନ୍ତର୍ଜାତିକ କଫି ଦିବସ

ନୂଆଦିଲ୍ଲୀ : ଆଜି ହେଉଛି ଆନ୍ତର୍ଜାତିକ କଫି ଦିବସ। କଫିର ଚାହିଦା ବିଗତ ଦଶନ୍ଧି ଠାରୁ ଖୁବ ଜନାଦୃତ ହେବା ସହ ଆଜି କାଲିର ଯୁବ ବର୍ଗଙ୍କର ମନପସନ୍ଦର ମୃଦୁପାନୀୟ ଅଟେ। ତେବେ ପ୍ରଥମେ ଆନ୍ତର୍ଜାତିକ କଫି ଦିବସ ୨୦୦୫ ମସିହାରେ ମିଲନ ଠାରେ ପାଳିତ ହୋଇଥିଲା। ସେହିଦିନ ଠାରୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖକୁ ଆନ୍ତର୍ଜାତିକ କଫି ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା କଫି ଚାଷୀଙ୍କ କଫି ଉତ୍ପାଦନ ଠାରୁ ନେଇ ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ସମ୍ମୁଖୀନ କରୁଥିବା ସମସ୍ୟାକୁ ଲୋକଲୋଚନ କୁ ଆଣିବା ତଥା କଫି ଚାଷ ଦିଗରେ ନୂତନ ପରିବର୍ତନ ଆଣିବା। ଚଳିତ ବର୍ଷ କଫି ଦିବସର ଥିମ ରହିଛି “ସସ୍ଟେନେବିଲିଟି ଆଣ୍ଡ ଫେୟାର ପ୍ରାକ୍ଟିସେସ” । କଫିକୁ ବିଭିନ୍ନ ଉପାୟରେ ଗ୍ରହଣ କରାଯାଏ। ବଜାରରେ ବିଭିନ୍ନ ପ୍ରକାରରେ ପ୍ରସ୍ତୁତ କଫିର ବିଭିନ୍ନ ନାମ ରହିଥାଏ। ଯଥା ବ୍ଲାକ କଫି, ଲାଟେ, ଏସପ୍ରେସୋ, ଆଫୋଗାଟୋ, କ୍ୟାପଚିନୋ, ଆମେରିକାନୋ, ଡୋପିଓ ଆଦି ଭାବେ ପ୍ରସ୍ତୁତ କରାଯାଏ। ଏହିପରି ଆଜି କାଲି ଯୁବବର୍ଗଙ୍କ ମଧ୍ୟରେ କଫି ନିଜର ଲୋକପ୍ରିୟତା ହାସଲ କରିପାରିଛି। ତେବେ ଏକ ରିପୋର୍ଟରୁ ପ୍ରକାଶ ହୋଇଛି ଯେ ଆସନ୍ତା ୨୦୨୬ ବେଳକୁ ଭାରତ, ଆମେରିକା, ଚାଇନା, ଜର୍ମାନୀ ଇତ୍ୟାଦିଙ୍କୁ ପଛରେ ପକାଇ ବିଶ୍ୱ ସ୍ତରରେ କଫି ଗ୍ରହଣ କରିବାରେ ତୃତୀୟ ସ୍ଥାନ ଗ୍ରହଣ କରିବ। ମାତ୍ର ମାତ୍ରାଧିକ କଫିର ସେବନ ଦ୍ୱାରା ବ୍ୟକ୍ତିର ଶୟନ ପ୍ରକ୍ରିୟାରେ କୁପ୍ରଭାବ ପକାଇଥାଏ। କଫିରେ ଥିବା କ୍ୟାଫିନ ତତ୍ତ୍ୱ ଏଥିପାଇଁ ଦାୟୀ। ତେଣୁ କଫି ମାତ୍ରାରେ ସେବନ କରନ୍ତୁ ସୁସ୍ଥ ରୁହନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking