30.1 C
Bhubaneswar
Friday, February 13, 2026
Homeଓଡିଶାଭରତପୁର କାଣ୍ଡ : ଆଜି ସତ୍ୟପାଠ ନେଇ ଜାରି ହେବ ବିଜ୍ଞପ୍ତି

ଭରତପୁର କାଣ୍ଡ : ଆଜି ସତ୍ୟପାଠ ନେଇ ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ୱର : ଭରତପୁର ଥାନା ବିବାଦର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସତ୍ୟପାଠ ଆହ୍ୱାନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଗତକାଲି ବୈଠକ ପରେ ତଦନ୍ତ କମିଶନଙ୍କ ସଚିବ କହିଛନ୍ତି, ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି ତଦନ୍ତ କମିଶନଙ୍କ ସଚିବ କହିଛନ୍ତି। ସେ ଆହୁରି କହିଛନ୍ତି, ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ପଚରାଉଚରା କରାଯିବ। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ। ସାକ୍ଷ୍ୟଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ। ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ୫ ନିଲମ୍ବିତ ପୁଲିସ ଅଧିକାରୀ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଗତ ରବିବାର ଠାରୁ ଗୁଜରାଟର ଗାନ୍ଧୀନଗର ଯାଇଛନ୍ତି। ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking