25.1 C
Bhubaneswar
Sunday, December 21, 2025
Homeଓଡିଶାଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,  : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଜୈନ ଚେୟାର ଆନୁକୂଲ୍ୟରେ ଆଜି “ଅହିଂସା : ସାମ୍ପ୍ରତିକ ସମୟର ଆବଶ୍ୟକତା” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦ୍‌ଘାଟନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ଶ୍ରୀ ସେଠୀ ଆଜିର ଯୁଗରେ ଅହିଂସାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି ଜାତୀୟ ଆଲୋଚନାଚକ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରୁବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀମତୀ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୈନ ଚେୟାରର ସଂଯୋଜିକା ଡ. ସୁଚିତ୍ରା ଦାସ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ଅଭିଭାଷଣରେ ସତ୍ୟ ଓ ପ୍ରେମର ମୂଳମନ୍ତ୍ର ଭାବେ ଅହିଂସାକୁ ଆପଣେଇବା ସହ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଅହିଂସାର ଶକ୍ତି ସଂପର୍କରେ ସମଗ୍ର ବିଶ୍ଵ ଯେଉଁଭଳି ଭାବେ ଅଭିମନ୍ତ୍ରିତ ହୋଇଥିଲା ସେ ସଂପର୍କରେ ମତବ୍ୟକ୍ତ କରିଥିଲେ।

ଅଗରତାଲା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପ୍ରଫେସର ତଥା ବିଶିଷ୍ଟ ଦାର୍ଶନିକ ଡ. ଆଦିତ୍ୟ କୁମାର ମହାନ୍ତି ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ମଣିଷ ଜୀବନରେ ଅହିଂସାର ଭୂମିକା ଓ ତତ୍ତ୍ଵ ସଂପର୍କରେ ସବିସ୍ତୃତ ଆଲୋଚନା କରିଥିଲେ। ଜୈନଗୁରୁ ଆଚାର୍ଯ୍ୟ ଅରବିନ୍ଦ ମୁନି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଅଭିଭାଷଣରେ ସାଂପ୍ରତିକ ସମୟରେ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ଜୈନ ଧର୍ମ ଓ ଦର୍ଶନର ମୂଳମନ୍ତ୍ର ଅହିଂସାକୁ ଆପଣେଇନେବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏଥିସହ ଅହିଂସାକୁ ଦୈନନ୍ଦିନ ଜୀବନରେ ପ୍ରତିଫଳିତ କରିବାପାଇଁ ନିଆଯାଇ ପାରୁଥିବା ବିଭିନ୍ନ ମାର୍ଗ ସଂପର୍କରେ ନିଜର ଅଭିଜ୍ଞତା ଓ ବିଚାରଧାରାକୁ ତାଙ୍କ ବକ୍ତବ୍ୟରେ ସେ ଉପସ୍ଥାପିତ କରିଥିଲେ।

ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଚାରୋଟି ଅଧିବେଶନରେ ପ୍ରଫେସର ଦାଶ ବେନୁହୁର, ପ୍ରଫେସର କୁମରବର ଦାସ, ଡ. ଶୈଳଜ ରବି, ପ୍ରଫେସର କଲ୍ୟାଣୀ ଷଡ଼ଙ୍ଗୀ, ଡ. ଯୋଗେନ୍ଦ୍ର ଜୈନ, ଡ. ଅମ୍ରିତ ପ୍ରଜ୍ଞା ପ୍ରମୁଖ ଅହିଂସା ସଂପର୍କରେ ସେମାନଙ୍କ ପ୍ରବନ୍ଧ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଜୈନ ଚେୟାରର ବିବରଣୀ ପୁସ୍ତିକା ଲୋକାର୍ପିତ ହେବାସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୃଶ୍ଯକଳା ବିଭାଗର ଏକ ସ୍ୱତନ୍ତ୍ର ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଉଦ୍‌ଘାଟିତ ହୋଇଥିଲା।

କାର୍ଯ୍ୟକ୍ରମରେ ଡ. ଧୀରଜ କୁମାର ମହାପାତ୍ର, ଡ. ସନ୍ଦୀପ କୁମାର ରାଉତ ଓ ଜବାହାର ମିଶ୍ରଙ୍କ ମିଳିିତ ସଂଯୋଜନାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଛାତ୍ରୀମାନେ ଜୈନମନ୍ତ୍ର ଉପରେ ଆଧାରିତ ଭଜନ ପରିବେଷେଣ କରିଥିଲେ।

ଏହି ଜାତୀୟ ଆଲୋଚନାଚକ୍ରକୁ ଡ. ସ୍ମୃତିରଂଜନ ମିଶ୍ର, ଡ. ନିଳାଦ୍ରୀ କଲ୍ୟାଣ ଦାସ, ଡ. ଜ୍ଞାନ ରଂଜନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଆଲୋଚନଚକ୍ରରେ ବହୁ ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକବୃନ୍ଦ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସ୍ନାତକୋତ୍ତର ବିଭାଗର ମୁଖ୍ୟ ଡ. ଚକ୍ରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking