29.1 C
Bhubaneswar
Monday, September 30, 2024
Homeଓଡିଶାଭିନେ ପୁଅକୁ ମିଳିବ ଘର : ମନ୍ତ୍ରୀ

ଭିନେ ପୁଅକୁ ମିଳିବ ଘର : ମନ୍ତ୍ରୀ

ଭୁବନେଶ୍ୱର : ଭିନେ ପୁଅକୁ ମିଳିବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କଠାରୁ ଅଲଗା ହୋଇ ପରିବାର କରିଥିବା ବ୍ୟକ୍ତି ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବେ । ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ।

ଯୋଗ୍ୟ ହିତାଧିକାରୀଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ । ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ମିଳିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସେହିପରି ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking