29.1 C
Bhubaneswar
Monday, September 30, 2024
Homeଓଡିଶାସରକରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବାକୁ ବିଡ଼ିଏ କଲୋନୀ ବାସୀଙ୍କ ବିକ୍ଷୋଭ

ସରକରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବାକୁ ବିଡ଼ିଏ କଲୋନୀ ବାସୀଙ୍କ ବିକ୍ଷୋଭ

ଭୁବନେଶ୍ୱର:  ଦୀର୍ଘ ବର୍ଷ ଧରି ସାଧାରଣ ଜନତାଙ୍କ ଯାତାୟାତ ପଥ କୁ ତଥାକଥିତ ସରକାରୀ ଚୁକ୍ତିନାମା ଆଳରେ ବେଆଇନ ଭାବେ ଅବରୋଧ କରିଥିବା ଏକ ଘରୋଇ ହସପିଟାଲ, ମାନ୍ୟବର ସର୍ବୋଚ୍ଚ ଅଦାଲତ ଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜନସାଧାରଣ ଙ୍କ ଗମନା ଗମନ ପାଇଁ ଅବରୋଧ ମୁକ୍ତ ନ କରିବାରୁ ଓ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଏ ଦିଗରେ ତ୍ବରିତ ପଦକ୍ଷେପ ନ ନେବାରୁ ସର୍ବସାଧାରଣଙ୍କ ଜରୁରୀ ଆବଶ୍ୟକତାପାଇଁ ରାସ୍ତା ଅବରୋଧ ହଟାଇବା ପାଇଁ ଆଜି ଚନ୍ଦ୍ରଶେଖରପୁର ବିଡିଏ କଲୋନୀ୧୩ ନମ୍ବର ୱାର୍ଡ ବାସିନ୍ଦା ଙ୍କ ସମେତ ସ୍ଥାନୀୟ ନାଗରିକ ମାନେ ପ୍ରତିବାଦ ସହ ଅବରୋଧ ହଟାଇବା ପାଇଁ ଉଦ୍ୟମ କରିଛନ୍ତି ।

୨୦୧୪ ମସିହା ରେ ଏଠାରେ ଖାଲି ପଢିଥିବା ଏକ ସରକାରୀ ଜମିକୁ ହେମଲତା କ୍ୟାନସର ହସପିଟାଲ କର୍ତ୍ତୃପକ୍ଷଙ୍କୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଲିଜ ବାହାରେ ଅଧ‌ିକ ଜମି ଅଧୁଗ୍ରହଣ କରି ସାଧାରଣ ଗମନା ଗମନ ରାସ୍ଥାକୁ ଏହି ଆଳ ରେ ବନ୍ଦ କରି ଦେଇ ନାଗରିକ ମାନଙ୍କୁ ଚରମ ଦୁର୍ଦ୍ଦଶା ଦେବାରୁ ସ୍ଥାନୀୟ ଜନସାଧାରଣ ଏହାର ପ୍ରତିବାଦ କରି ସାଧାରଣ ପ୍ରଶାସନ ବିଭାଗ ସମେତ ଏକାଧିକ ବିଭାଗକୁ ନ୍ୟାୟ ପାଇଁ ଧାରାବାହିକ ଭାବେ ଆବେଦନ ନିବେବନ କରି ଆସୁଥିଲେ।ହେମଲତା ହସିଚାଲ କର୍ତ୍ତୃପକ୍ଷ ନିଜର କ୍ଷମତା ଓ ପ୍ରଭାବ ବଳ ରେ ଜନସାଧାରଣଙ୍କ ମୌଳିକ ସୁବିଧା କୁ ଅସାଧୁ ଉପାୟରେ ଚାପି ଦେଇ ରାସ୍ତା କୁ ଅବରୋଧ କରିଥିବାରୁ ବିଡ଼ିଏ କଲୋନୀ ର ହଜାର ହଜାର ବାସିନ୍ଦା ନାଲକୋ ଛକ ଟ୍ରାଫିକ ଦେଇ ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ ସୁଯୋଗ ନ ଥିବାରୁ ବାଧ୍ୟ ହୋଇ ହାଇସିଂବୋର୍ଡ କଲୋଜୀ କଟ୍ ଦେଇ ଅନେକ ବାଟ ବୁଲି ବୁଲି ଯିବାକୁ ପଡୁଥିଲା ଓ ସେଥ‌ିପାଇଁ ଜୟଦେବ ବିହାର ନନ୍ଦନକାନନ ରାସ୍ତା ଜାମ ହେବା ସହ ବ୍ୟାପକ ଦୁର୍ଘଟଣା ଘଟି ଜନ ଜୀବନ ହାନି ଘଟୁଛି । ଏହି ଲିଜ ର ବ୍ୟଦ୍ଧତା ଡେଇ ଅଦାଇତି ମାମଲା ମାନ୍ୟବର ସର୍ବୋଚ୍ଚ ଅକାଇଡ ଙ୍କ ଅଧକୃବ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ ରେ ଦାୟର ହୋଇଥିଲା । ମାନ୍ୟବର ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ ମକଦ୍ଦମା ସଂଖ୍ୟା -୨୭୫୦/ଏନ/ ୨୦୨୨ ହେମଲତା ହସ୍ପିଟାଲ ବନାମ ଶିବ କୁମାର ମହାପାତ୍ର ମକଦ୍ଦମା କ୍ରମରେ ତା ୦୯.୦୮ ୨୦୨୩ ରିଖରେ ପ୍ରଦର ଆଦେଶ ବଳରେ ହେମ‌ଇଡା ଓ ଅନ୍ୟାନ୍ୟ ଆବେଦନକାରୀ ପକ୍ଷଙ୍କ ପିଟିସନ ଖାରଜ କରିଦେଇଥିଲେ । ଇତି ମଧ୍ୟରେ ମୂଳ ଲିଜ ଧାରି ତଥା ବେଆଇନ ଜବରଦଖଲକାରୀ ହେମାଇତା ହସ୍ପିଟାଲ ଦେବାଳିଆ ହୋଇ ଆଉ ଏକ ସଂସ୍ଥା ଏସିଆନ କ୍ୟାନସର ହସପିଟାଲ କୁ ହସ୍ତାନ୍ତର କରିଦେଇଛି ।

ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ, ବିଧାନ ସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେଦି ସାଧାରଣ ପ୍ରଶାସନ ବିଭାଗ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶ ଉପରେ ଉକ୍ତ ସଂସ୍ଥା ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ବାସିନ୍ଦା ଙ୍କ ପକ୍ଷରୁ ଦୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ୧୩ ନମ୍ବର କର୍ପୋରେଟର ଇତିଶ୍ରୀ ଦାସ ଓ ଯୁବ ସମାଜସେବୀ ଅଶୋକ ବେହେରା ଏହାର ପ୍ରତିକାର ପାଇଁ ବିଭିନ୍ନ ଅଧୁକାରୀ ଙ୍କୁ ଦାବିପତ୍ର ଦେଇ ଆସୁଥିଲେ । କିନ୍ତୁ ଜନତାଙ୍କ ଚରମ ଅସୁବିଧା ପ୍ରତି ଦୃଷ୍ଟି ନ ଦେବାରୁ ଅଞ୍ଚଳବାସୀ ବାଧ୍ୟ ହୋଇ ଆଜି ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ବେଆଇନ ଭାବେ ଅବରୋଧ କରାଯାଇଥିବା ରାସ୍ତା ଖୋଲିବା ସହ ବନ୍ଦ ହୋଇଥିବା ଫାଟକକୁ ଉଚ୍ଛେଦ ପାଇଁ ଉଦ୍ୟମ କରିଛନ୍ତି । ଜନ ସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ଯଦି ରାସ୍ତା ଅବରୋଧ ଦୂର କରିବାରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ଓ ହସ୍ପିଟାଲ ମାଲିକଙ୍କ ଜନ ବିରୋଧୀ ଲାଭାରୋର ମନୋଭାବ ସହ ସାମିଲ ହୋଇ ସାଲିସ କରନ୍ତି, ତେବେ ଅଧ‌ିକ ଉଭୋଗନା ସୃଷ୍ଟି ହେବାସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହେବାର ସମ୍ଭାବନା ମଧ୍ୟ ଦେଖାଦେବ। ଆଜିର ବିକ୍ଷୋଭ ସମାବେଶରେ ୧୩ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ . ଯୁବ ସମାଜସେବୀ ଅଶୋକ ଦେହେରା . ବରିଷ୍ଠ କର୍ମଚାରୀ ନେତା ପ୍ରଭାତ ମହାନ୍ତି, ମୃତ୍ୟୁଞ୍ଜୟ ଦାସ, ଆଇନଜୀବୀ ସଞ୍ଜୟ ପଣ୍ଡା ଓ ବିଭିନ୍ନ ସଂଗଠନ ପ୍ରମୁଖ ବିକ୍ଷୋଭ ସମାବେଶ ରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking