24.1 C
Bhubaneswar
Tuesday, February 10, 2026
Homeବଲିଉଡ‘ଧୁମ୍ ୪’ରେ ଏଣ୍ଟ୍ରି ମାରିବେ ରଣବୀର !

‘ଧୁମ୍ ୪’ରେ ଏଣ୍ଟ୍ରି ମାରିବେ ରଣବୀର !

ମୁମ୍ବାଇ : ଆଦିତ୍ୟ ଚୋପ୍ରାଙ୍କ ସବୁଠୁ ବଡ ଫ୍ରାଞ୍ଚାଇଜ୍ ‘ଧୁମ୍ ୪’ରେ ରଣବୀର କପୁର ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୦୪ରେ ମୁକ୍ତିଲାଭ କରିଥିବା ‘ଧୁମ୍’ର ଏହା ଚତୁର୍ଥ ସିକ୍ୱେଲ୍। ତେବେ ଚର୍ଚ୍ଚା ହେଉଛି ‘ଧୁମ୍ ୪’ରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଦେଖିବାକୁ ମିଳିବେନି। ତେବେ ରଣବୀର କପୁର ଏବଂ ୟଶ ରାଜ ଫିଲ୍ମ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ୨୦୦୪ ମସିହାରେ ଜନ୍ ଆବ୍ରାହମ୍, ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରାଙ୍କୁ ନେଇ ‘ଧୁମ୍’ ଭଳି ଏକ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ଯେଉଁଥିରେ ସଞ୍ଜୟ ଗାନ୍ଧବୀ ନିର୍ଦ୍ଦେଶନା ଦେଇଥିଲେ। ଯାହା ସାରା ବିଶ୍ୱରେ ୫୦.୫ କୋଟି ଟଙ୍କା ରୋଜଗାର କରିଥିଲା। ଏହାର ଦୁଇ ବର୍ଷ ପରେ ‘ଧୁମ୍ ୨’ ୨୦୦୬ ରେ ଏବଂ ପରେ ୨୦୧୩ ରେ ‘ଧୁମ୍ ୩’ ରିଲିଜ ହୋଇଥିଲା। ଯେଉଁଥିରେ ମୁଖ୍ୟ ଭୂମିକାରେ ଅମୀର ଖାନ ନଜର ଆସିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking