29.1 C
Bhubaneswar
Monday, September 30, 2024
Homeଓଡିଶାଅନ୍ତଃରାଜ୍ୟ ଜଳବାୟୁ ସହନଶୀଳ କୃଷି କର୍ମଶାଳା ; ଯୋଗଦେଲେ ୩ ଜିଲ୍ଲାର ୨ ଶହ କୃଷକ

ଅନ୍ତଃରାଜ୍ୟ ଜଳବାୟୁ ସହନଶୀଳ କୃଷି କର୍ମଶାଳା ; ଯୋଗଦେଲେ ୩ ଜିଲ୍ଲାର ୨ ଶହ କୃଷକ

ଯାଜପୁର : ସାଧାରଣ କୃଷି ଓ କୃଷକ ଉପରେ ପ୍ରଭାବ ପକାଇଛି ଜଳବାୟୁ ପରିବର୍ତ୍ତନ। ଯାହାକି ସମଗ୍ର ମାନବ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ପରିବର୍ତ୍ତିତ ଜଳବାୟୁ ଆଧାରରେ ସହନଶୀଳ କୃଷି ପାଇଁ ପାଇଁ ଆଜି ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ପକ୍ଷରୁ ଟାଟାଷ୍ଟିଲ ଫାଉଣ୍ଡେସନ(ଟିଏସ୍‌ଏଫ୍) ସହଭାଗିତାରେ ସ୍ଥାନୀୟ କାଟେପୂର୍ତ୍ତି ପ୍ରେକ୍ଷାଳୟରେ ଜଳବାୟୁ ସହନଶୀଳ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଓ କରଖାନା ପାରିପାର୍ଶ୍ବିକ କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଶତାଧକ ଉତ୍ସାହୀ ମହିଳା କୃଷକଙ୍କ ସମେତ ୨ଶହରୁ ଅଧିକ ସାଧାରଣ ଚାଷୀ ଯୋଗ ‌ଦେଇଥିଲେ। ଟାଟାଷ୍ଟିଲ ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧୁନା ମରୁଭୂମିରେ ଲଗାଣବର୍ଷା ଓ ଧୋୟାଞ୍ଚଳରେ ମରୁଡ଼ିର ପଦଧ୍ବନିକୁ ନେଇ ଚିନ୍ତା ପ୍ରକଟ କରି ପରିବେଶ ଓ ପରିସ୍ଥିତି ଅନୁକୂଳ ଚାଷବାସ ଉପରେ ଗୁରୁତ୍ବାରୋପ କରିଥିଲେ। ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ଜୈବିକ କୃଷି ପରାମର୍ଶଦାତା ଡ. ଅଂଶୁମାନ ପଟ୍ଟନାୟକ ଓ ଆଇସିଏଆର୍‌ କୃଷି ବୈଜ୍ଞାନିକ ଡ. ବିଶ୍ବନାଥ ସାହୁ ଯୁଗ୍ମ ମୁଖ୍ୟ ପ୍ରଶିକ୍ଷକ ଭାବେ ସନ୍ତୁଳିତ ପରିବେଶ ପାଇଁ ଜୈବିକ କୃଷି ଓ ଗୁଣବତ୍ତାଯୁକ୍ତ ଶସ୍ୟ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ଚତୁର୍ଦ୍ଦିଗରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଜଙ୍ଗଲ ଫେରାଇ ଆଣିବାରେ ସମସ୍ତେ ଶପଥ ନେବାକୁ ଆହ୍ବାନ ଦିଆଯାଇଥିଲା। ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ ଦିଗରେ ଯୋଡ଼ିହୋଇ ସଶକ୍ତ କୃଷକ ସମାଜ ସୃଷ୍ଟି ଦିଗରେ ଟାଟାଷ୍ଟିଲର ପ୍ରୟାସ ଅବ୍ୟାହତ ରହିବ ବୋଲି ଇଆଇସି ଇଂ ପଙ୍କଜ କୁମାର ସତିଜା କହନ୍ତି। ଟିଏସ୍‌ଏଫ୍ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ତ୍ରିପାଠୀ, ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ମାନବ ସମ୍ବଳ ମୁଖ୍ୟ ସାଇଦର୍ଶନ ପାଣିଗ୍ରାହୀ, ନିରାପତ୍ତା ମୁଖ୍ୟ ଅଞ୍ଜନା ତିୱାରି ଅତିଥି ଭାବେ ଉପସ୍ଥିତ ଥିଲେ। ଟିଏସ୍‌ଏଫ୍ କୃଷି ଅଧିକାରୀ ଆଶିଷ ବାନଛୋର, ନବନୀତ ଏକ୍କା, ସୌଭାଗ୍ୟ ଦାସ, ରଜତ ଶତପଥୀ, ସତ୍ୟଶ୍ରୀ ପରିଡ଼ା ଓ ଗ୍ରେସି ଭେଙ୍ଗ୍‌ରାଙ୍କ ସଂଯୋଜନାରେ ଅନୁଷ୍ଠିତ କୃଷି ସଂପର୍କିତ ଜଣାଅଜଣା ପ୍ରତିଯୋଗିତାର କୃତୀ କୃଷକମାନଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking