24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶହାସିମ୍ ସଫିଦ୍ଦିନ ହେଲେ ହିଜବୁଲ୍ଲାର ନୂତନ ମୁଖ୍ୟ

ହାସିମ୍ ସଫିଦ୍ଦିନ ହେଲେ ହିଜବୁଲ୍ଲାର ନୂତନ ମୁଖ୍ୟ

ଜେରୁଜେଲମ୍ : ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ଏହାର ନୂତନ ମୁଖ୍ୟ ଘୋଷଣା କରିଛି। ବର୍ତ୍ତମାନ ନସ୍‌ରଲ୍ଲାଙ୍କ ସ୍ଥାନରେ ହାସିମ୍ ସଫିଦ୍ଦିନ କାର୍ୟ୍ୟ କରିବେ। ନସ୍‌ରଲ୍ଲା ଏବଂ ନାଏମ କାସୀମଙ୍କ ସହ ହିଜବୁଲ୍ଲାର ଶ୍ରେଷ୍ଠ ତିନି ନେତାଙ୍କ ମଧ୍ୟରେ ସଫିଦ୍ଦିନଙ୍କୁ ଗଣାଯାଇଥାଏ।  ୨୦୧୭ରେ ଆମେରିକା ଦ୍ୱାରା ସଫିଦ୍ଦିନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ସେ ହିଜବୁଲ୍ଲାର ରାଜନୈତିକ ବ୍ୟାପାରର ତଦାରଖ କରନ୍ତି ଏବଂ ଦଳର ଜିହାଦ୍ ପରିଷଦର ସଦସ୍ୟ ଅଟନ୍ତି। କୁହାଯାଏ ଯେ ଇରାନ ସହିତ ସଫିଦ୍ଦିନଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି। ତାଙ୍କ ପୁଅ ଇରାନର ପୂର୍ବତନ ବିପ୍ଳବୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡର ଜେନେରାଲ କାସୀମ ସୁଲେମାନୀଙ୍କ ଝିଅଙ୍କୁ ବିବାହ କରିଛନ୍ତି। ବେରୁଟରେ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ସମ୍ପର୍କରେ ଇସ୍ରାଏଲ୍ ଗଣମାଧ୍ୟମରେ ମଧ୍ୟ କୁହାଯାଇଛି ଯେ ହାସିମ୍ ସଫିଦ୍ଦିନ ମଧ୍ୟ ଆକ୍ରମଣ ସମୟରେ ନସ୍‌ରଲ୍ଲାଙ୍କ ସହ ଉପସ୍ଥିତ ଥିଲେ, କିନ୍ତୁ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ।ସଫିଦ୍ଦିନ ଦେଖିବାକୁ ଶାରୀରିକ ଭାବରେ ତାଙ୍କ ସମ୍ପର୍କୀୟ ନସ୍‌ରଲ୍ଲାଙ୍କ ସହ ସମାନ। ସେ  ୧୯୬୪ରେ ଦକ୍ଷିଣ ଲେବାନନର ଡେର କାନୁନ ଅଲ-ନହରରେ ଜନ୍ମଗ୍ରହଣ କରିଥିଲେ। ୧୯୯୦ଦଶକରେ ନସ୍‌ରଲ୍ଲାଙ୍କ ଉତ୍ତରାଧିକାରୀ ଭାବରେ ସେ ନିଯୁକ୍ତ ହୋଇଥିଲେ। ନସ୍‌ରଲ୍ଲା ହିଜବୁଲ୍ଲା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବାର ଦୁଇ ବର୍ଷ ପରେ ସଫିଦ୍ଦିନଙ୍କୁ ବେରୁଟକୁ ଡକାଯାଇଥିଲା।୨୦୦୬ରେ ଇସ୍ରାଏଲର ଭୟ ଯୋଗୁ ହାସନ ନସ୍‌ରଲ୍ଲାଙ୍କୁ ଲୁଚି ରହିବାକୁ ପଡିଥିଲା, ସେତେବେଳେ କେବଳ ହାସିମ ସଫିଦ୍ଦିନ ସର୍ବସାଧାରଣରେ ଦୃଶ୍ୟମାନ ହେଉଥିଲେ। ହିଜବୁଲ୍ଲାର ନୂତନ ମୁଖ୍ୟ ହେବା ପରେ ସଫିଦ୍ଦିନ ବର୍ତ୍ତମାନ ଇସ୍ରାଏଲର ଉତ୍ତର ଦେବା ସହିତ ନିଜକୁ ରକ୍ଷା କରିବାର ଦାୟିତ୍ବ ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking