28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

ନୂଆଦିଲ୍ଲୀ : ୟୁପିର ଝାନ୍ସିରେ ଜବାହାର ନବୋଦୟ ବିଦ୍ୟାଳୟ ବରୁଆସରର ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀ ନିଜ ସିନିୟର୍ସଙ୍କ ଟର୍ଚ୍ଚରରେ ଆତ୍ମହତ୍ୟା କରି ଦେଇଛନ୍ତି । ସୂଚନା ମୁତାବକ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ସିଢୀର ରୋଲିଂରେ ଓଢଣୀରେ ଟଙ୍ଗା ହୋଇଥିବା ମିଳିଲା । ଅଭିଯୋଗ ହୋଇଛି କି ମୃତ ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ଟର୍ଚ୍ଚର କରୁଥିଲେ ଏବଂ ଏଥିରେ ସେ ଚିନ୍ତିତ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିଲେ । ପୋଲିସ ମୃତ ଛାତ୍ରୀଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ଲାଗି ପଠାଇଛି ।

ପ୍ରକାଶ ଯେ, ଝାନ୍ସୀର ଏରଚ ଥାନା ଅନ୍ତର୍ଗତ ଭଦରବାରା ଖୁର୍ଦରେ ରହୁଥିବା ଜୟହିନ୍ଦଙ୍କ ଜଣେ ଝିଅ ଏବଂ ପୁଅ ଅଛି । ତାଙ୍କ ବଡ଼ ଝିଅ ବରୁଆସାଗର ଥାନା ଅଞ୍ଚଳ ସ୍ଥିତ ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବହୁତ ଭଲ ପାଠ ପଢୁଥିଲେ । ସେ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ । ବାପାଙ୍କ ଅଭିଯୋଗ ଅଟେ କି ତାଙ୍କ ଝିଅର ହଷ୍ଟେଲରେ ରହୁଥିବା ଦୁଇ ଛାତ୍ରୀ ତାଙ୍କୁ ହଇରାଣ କରୁଥିଲେ । ଖାଲି ଏତିକି ନୁହେଁ ସେମାନେ ଝିଅକୁ ଟର୍ଚ୍ଚର କରୁଥିଲେ । ଯେଉଁ ବିଷୟରେ ଝିଅ ଫୋନରେ ନିଜ ପରିବାରକୁ କହିଥିଲେ । ଏଭଳି କିଛି ପୁଣି ଥରେ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking