32.1 C
Bhubaneswar
Saturday, February 14, 2026
Homeଓଡିଶାପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ

ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ଜୋରଦାର ଚଢ଼ାଉ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପାର୍ବଣ ସମୟରେ ନିୟମିତ ଚଢ଼ାଉ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ବିଶେଷ ନଜର ରହିବ। ବିଭିନ୍ନ ପ୍ରକାର ମିଠା ବ୍ୟବସାୟ ଉପରେ ମଧ୍ୟ ଚଢ଼ାଉ ହେବ ବୋଲି ସେ କହିଛନ୍ତି। ଏନେଇ ଏନଫୋର୍ସମେଣ୍ଟ ଟିମକୁ ନିର୍ଦେଶ ଦିଆଯାଇଛି। ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ଦିନ ପୂର୍ବରୁ କଟକରେ ଏକ ନକଲି କ୍ଷୀର କମ୍ପାନୀ ଠାବ ହେବାପରେ ବିଭାଗ ପକ୍ଷରୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking