28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶବିଶ୍ୱ ପ୍ରତିଭା ର‌୍ୟାଙ୍କିଙ୍ଗ୍‌ରେ ଭାରତର ସ୍ଥାନ ୫୮

ବିଶ୍ୱ ପ୍ରତିଭା ର‌୍ୟାଙ୍କିଙ୍ଗ୍‌ରେ ଭାରତର ସ୍ଥାନ ୫୮

ନୂଆଦିଲ୍ଲୀ: ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ବିଶ୍ୱ ପ୍ରତିଭା ର‌୍ୟାଙ୍କିଙ୍ଗ୍ ୨୦୨୪ରେ ସ୍ୱିଜରଲାଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ସ୍ୱିଜରଲାଣ୍ଡକୁ ଅନୁସରଣ କରି ସିଙ୍ଗାପୁର ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ତେବେ ଭାରତ ୫୮ତମ ସ୍ଥାନରେ ରହିଛି । ଆଇଏମ୍‌ଡି ରିପୋର୍ଟ ଅନୁସାରେ ଶ୍ରେଷ୍ଠ ୧୦ ପ୍ରତିଭା କେନ୍ଦ୍ର ମଧ୍ୟରେ ପୁଞ୍ଜି ବିନିଯୋଗ ଓ ବିକାଶ କ୍ଷେତ୍ରରେ ସ୍ୱିଜରଲାଣ୍ଡର ପ୍ରଦର୍ଶନ ଉନ୍ନତ ଥିବା ବେଳେ ଉନ୍ନତ ଜୀବନଶୈଳୀ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷାଗତ ଯୋଗ୍ୟତା, ଆଇନଗତ ସର୍ବନିମ୍ନ ମଜୁରୀରେ ଉଚ୍ଚମାନ ବଜାୟ ରଖିଛି । ୨୦୧୪ରେ ୧୮ତମ ସ୍ଥାନରେ ଥିବା ସ୍ୱିଜରଲାଣ୍ଡ ଦେଶରେ ବିଭିନ୍ନ ସୁଧାର କରିବା ପରେ ଏଥର ପ୍ରଥମ ସ୍ଥାନକୁ ଆସିପାରିଛି । ସ୍ୱିଜରଲାଣ୍ଡ୍ ପଛକୁ ସିଙ୍ଗାପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସିଙ୍ଗାପୁରର ସଫଳତା ଏହାର ସମୃଦ୍ଧ ପ୍ରତିଭା, ସର୍ବନିମ୍ନ ଭେଦଭାବ ଏବଂ କୁଶଳୀ ଶ୍ରମ ଏବଂ ଆର୍ôଥକ ସମୃଦ୍ଧିର ପ୍ରତିଫଳନ । ଏଥିସହ ଏସିଆର ଉପସ୍ଥିତିକୁ ଦୃଢ଼ କରି ହଂକଂ ୯ମ ସ୍ଥାନରେ ରହିଛି । ଅନ୍ୟପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ ଆମେରିକା ଏଥର ୬ଷ୍ଠରୁ ୨୧ତମ ସ୍ଥାନକୁ ଖସିଆସିଛି । ଜୀବନ ଧାରଣ ପାଇଁ ବଢ଼ୁଥିବା ଖର୍ଚ୍ଚ ଏବଂ ବ୍ୟକ୍ତିଗତ ଆୟକର ହାର ବୃଦ୍ଧି ଫଳରେ ଆମେରିକାର ସ୍ଥାନ ହ୍ରାସ ପାଇଛି ।

ଉଚ୍ଚମାନର ଘରୋଇ ତଥା ଆନ୍ତର୍ଜାତିକ ପ୍ରତିଭାର ବିକାଶ କରିବା ସହ ଏହାକୁ ବଜାୟ ରଖିବା ଏବଂ ଆକର୍ଷିତ କରିବାର କ୍ଷମତାକୁ ଆଧାର କରି ଆଇଏମ୍‌ଡି ବିଭିନ୍ନ ରାଷ୍ଟ୍ରର ମୂଲ୍ୟାଙ୍କନ କରିଥାଏ । ଚଳିତ ବର୍ଷର ୠାଙ୍କିଂରେ ୟୁରୋପୀୟ ଦେଶଗୁଡ଼ିକ ଶୀର୍ଷ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ୧୦୦ ନମ୍ବର ପାଇ ସ୍ୱିଜରଲାଣ୍ଡ ତାଲିକାର ଶୀର୍ଷରେ ଥିବାବେଳେ ୮୫.୬୫ ନମ୍ବର ସହ ସିଙ୍ଗାପୁର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଲୁକ୍ସେମ୍‌ବର୍ଗ ୮୧.୬୯ ନମ୍ବର ସହ ୩ୟ ସ୍ଥାନରେ ଥିବାବେଳେ ଡେନ୍‌ମାର୍କ ୭୮.୪୯ ନମ୍ବର ରଖି ୪ର୍ଥ ସ୍ଥାନରେ ରହିଛି । ଏହା ପଛକୁ ୫ମ ସ୍ଥାନରେ ଥିବା ଆଇସ୍‌ଲାଣ୍ଡ ୭୭.୯୪ ନମ୍ବର ଏବଂ ୬ଷ୍ଠ ସ୍ଥାନରେ ଥିବା ନରୱେ ୭୭.୯୨ ନମ୍ବର ରଖିଛି । ନେଦରଲାଣ୍ଡ୍ସ ୭୭.୮୮ ନମ୍ବର ସହ ୮ମ ସ୍ଥାନରେ ଥିବାବେଳେ ହଂକଂ ୭୭.୨୨ ନମ୍ବର ସହ ୯ମ ସ୍ଥାନରେ ଓ ଅଷ୍ଟ୍ରିୟା ୭୭.୧୭ ନମ୍ବର ରଖି ଶ୍ରେଷ୍ଠ ୧୦ମ ସ୍ଥାନରେ ରହିଛି । ୨୦୨୨ରେ ଭାରତ ୫୨ତମ ସ୍ଥାନରେ ଥିବାବେଳେ ଗତବର୍ଷ ୫୬ତମ ସ୍ଥାନକୁ ଖସିଆସିଥିଲା । ତେବେ ଚଳିତବର୍ଷ ୪୦.୪୭ ନମ୍ବର ସହ ଭାରତ ୫୮ତମ ସ୍ଥାନକୁ ଖସିଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking