32.1 C
Bhubaneswar
Saturday, September 28, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କର କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ ।

କଷ୍ଟ ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ । ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ ।

ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ହେଉଛି ନିଜ ଉପରେ ଭରସା ରଖିବା ।

କାହା ହୃଦୟ କେବେ ବିନା କାରଣରେ ଭାଙ୍ଗି ନଥାଏ କି କେବେ କାହା ଆଖୁରୁ ବିନା କାରଣରେ ଲୁହ ଝରିନଥାଏ । ହୃଦୟ ଭାଙ୍ଗିବା ଆଉ ଆଖୁରୁ ଲୁହ ଝରିବା ପଛରେ ସବୁବେଳେ ନିଜ ଲୋକର ହିଁ ହାତ ଥାଏ ।

ଆଜି କାଲି କାହାକୁ ଭଲ Advice ଦେବା ବି ଠିକ୍ ନୁହେଁ କାରଣ ସେ ଭାବିପାରେ ଏଥିରେ କିଛି ମନ୍ଦ Aim ଅଛି ।
ଏହା ହେଉଛି ଦୁନିଆଁ ମାର୍ଗ, ଥରେ ଆବଶ୍ୟକତା ଶେଷ ହେବା ପରେ ସମ୍ପର୍କ ସମାପ୍ତ ହୋଇଯାଏ….

ଏବଂ ଯେଉଁ ସମ୍ପର୍କ ଆବଶ୍ୟକତା ପୂରଣ ପାଇଁ ଗଢା ଯାଇ ଥାଏ, ତା ଏକ ସମ୍ପର୍କ ନୁହେଁ ଏହା ଲୋକଦେଖାଣିଆ ହୋଇ ଥାଏ….
ଜୟ ଜଗନ୍ନାଥ

ଅଦ୍ଯ କନ୍ୟା ଦି୧୩ନ, ଆଶ୍ଵିନ କୃଷ୍ଣ ଏକାଦଶୀ ଦ୨୩।୧୦ ଦିଘ ୨।୫୬,ଅଶ୍ଳେଷା ଦ୫୬।୫୪ ରାଘ୪।୨୬,କର୍କଟ ଚନ୍ଦ୍ର ଦ୫୬।୫୪ ରାଘ୪।୨୬।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୨/୪/୦ ଇଂଘ ୫/୪ ୦/୨୪ ଗତେ ଉଦୟ।
ମୀନ ଦ୧/୩୨/୦ ଇଂଘ ୫/୩୪/୨୮ ଗତେ ଅସ୍ତ ।

ଯୋଗିନୀ ଅଗ୍ନିକୋଣେ । ଦିବା ଘ୨ ।୫୬ ଗତେ ନୈରୃତେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୪।୨୬ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୪।୨୬ ଗତେ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୭ ।୧୧ ମଧ୍ୟେ ଘ୪।୩ ଗତେ ଘ୫।୩୨ ମଧ୍ୟେ କାଳବେଳା । ଘ୧।୪ ଗତେ ଘ୨।୩୪ ମଧ୍ୟେ ବାରବେଳା । ରାତ୍ରି ଘ୭।୩ ମଧ୍ୟେ ଘ୪ ।୧୧ ଗତେ ଘ୫ ।୪୨ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷି ହାନି ଭୂମିଦାନ । ଦିବା ଘ୨।୫୬ଗତେ ଦ୍ବିପାଦ ଦୋଷ । ଫଳଂ କୃଷି, ପଶୁହାନି । ଭୂମି ଅନ୍ନଦାନ । ପ୍ରଥମ ରଜୋଦର୍ଶନେ ସମ୍ବତ୍ସର ରାତ୍ରି ଘ୪।୨୬ ଗତେ ପାଞ୍ଚମାସ ଗଣ୍ଡଦୋଷ | ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ମହାଳୟା ବିଧିରେ ହେବ । ଶିମ୍ବିକା (ଶିମ୍ବ) ଦିବା ଘ ୨।୫୬ ଗତେ ପୂତିକା (ପୋଇ) ଭକ୍ଷଣ ନିଷେଧ ।

*(ଅମୃତ)- ଦିବା ଘ୬।୩୦ ମଧ୍ୟେ ଘ୭ ।୧୮ ଗତେ ଘ୯।୪୨ ମଧ୍ୟେ ଘ୧୨।୬ ଗତେ ଘ୩ ।୧୮ ମଧ୍ୟେ ଘ୪ ।୬ ଗତେ ଘ୫ ।୩୨ ମଧ୍ୟେ ରାତ୍ରି ଘ୧୨ ।୪୪ ଗତେ ଘ୨ ।୨୦ ମଧ୍ୟେ । (ମାହେନ୍ଦ୍ର)- ରାତ୍ରି ଘ୨ ।୧୯ ଗତେ ଘ୩।୭ ମଧ୍ୟେ ।
ରାଶି ଫଳ
ମେଷ: ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଚାନକ ବ୍ୟବସାୟ ବୃଦ୍ଧି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟର ସମାଧାନ ହେବ।

ବୃଷ: ସ୍ବୟଂକୁ ଶକ୍ତିବାନ ଅନୁଭବ କରିବେ। ଅନୁଭବୀ ବ୍ୟକ୍ତିଙ୍କ ମତକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ସମାଜରେ ଆପଣଙ୍କ ବଦାନ୍ୟତାକୁ ସ୍ବୀକୃତି ମିଳିବ।

ମିଥୁନ: ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଯେଉଁ କାମ ମନପ୍ରାଣ ଢ଼ାଳି କରିବେ ତହିଁରେ ଯଥେଷ୍ଟ ସଫଳତା ପାଇବେ। ପ୍ରେମ ଜୀବନ ଖୁବ୍‌ ରୋଚକ ରହିବ।

କର୍କଟ: କ୍ୟାରିୟର ସମ୍ବନ୍ଧୀୟ ନୂଆ ସୁଯୋଗ ପାଇବେ। ବନ୍ଧୁ ଓ ପାଖ ଲୋକଙ୍କ ପ୍ରତି ଦୃଢ଼ ବିଶ୍ବାସ ଜାତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

ସି˚ହ: କଠିନ ପରିଶ୍ରମ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

କନ୍ୟା: ପୂଜାପାଠରେ ଅଧିକ ଗୁରୁତ୍ବ ଦେବେ। ସୁସମ୍ବାଦ ପାଇବେ। ଜୀବନରେ ଉନ୍ନତି ଘଟିବା ହେତୁ ପରିବାରରେ ଖୁସି ବଢ଼ିବ। ଲେଖକଙ୍କ କୃତିକୁ ପ୍ରଶଂସା ମିଳିବ।

ତୁଳା: ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କାମ ଆରମ୍ଭ କରିବା ବେଳେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।

ବିଛା: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ପରିବାରରେ ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଦମ୍ପତିଙ୍କ ମଧ୍ୟରେ ବିଶ୍ବାସ ମଜଭୁତ ହେବ।

ଧନୁ: ବ୍ୟବସାୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।

ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ନୂଆ କାମରେ ସଫଳତା ପାଇବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।

କୁମ୍ଭ: ଭାବିଥିବା କାମ ପୂରା ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଚିନ୍ତା କରିପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ହେବ।

ମୀନ: ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର କାର୍ଯ୍ୟ ଶୃଙ୍ଖଳିତ ହେବ। ଟଙ୍କା ପଇସା ଦିଆନିଆ ବେଳେ ସତର୍କ ରୁହନ୍ତୁ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking