30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ଚେତାବନୀ; ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର

ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ଚେତାବନୀ; ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି। ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ଏଭଳି ଏକ ଗୁପ୍ତ ରିପୋର୍ଟ ପ୍ରକାଶ କରିଛି। ଆମେରିକାରେ ଏବେ ଅରାଜକତା ଏବଂ ଅସ୍ଥିରତା ବୃଦ୍ଧି ପାଉଥିବା ବେଳେ ଇରାନ ଏହି ଷଡ଼ଯନ୍ତ୍ର ରଚୁଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ନିର୍ବାଚନୀ ପ୍ରଚାର କରୁଥିବାବେଳେ ଟ୍ରମ୍ପ୍ ଏସମ୍ପର୍କରେ ଆମେରିକବାସୀଙ୍କୁ ଏହା ଜଣାଇଛନ୍ତି। ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇପାରେ, ତେଣୁ ତାଙ୍କୁ ଅଧିକ ସତର୍କ ରହିବାକୁ ନ୍ୟାଶନାଲ ଇଣ୍ଟେଲିଜେନ୍ସ ପରାମର୍ଶ ଦେଇଥିବା ଟ୍ରମ୍ପ୍ କହିଛନ୍ତି। ପ୍ରକାଶ, ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ନିକଟରେ ୨ ଥର ଗୁଳି କରି ହତ୍ୟା କରିବା ପାଇଁ ପ୍ରୟାସ ହୋଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ୍‌ଙ୍କ ପ୍ରଚାରର ମୁଖପାତ୍ର ଷ୍ଟିଭେନ୍ ଚଉଙ୍ଗ ମଧ୍ୟ କହିଛନ୍ତି, ଗତ କିଛି ମାସ ମଧ୍ୟରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ନେଇ ଗୁଇନ୍ଦା ଅଧିକାରୀମାନେ ଚିହ୍ନଟ କରିଛନ୍ତି। ତେଣୁ ଟ୍ରମ୍ପ୍‌ଙ୍କ ସୁରକ୍ଷା ଏବଂ ବିନା କୌଣସି ବାଧାରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପନ୍ନ କରାଇବାକୁ ସମସ୍ତ ଏଜେନ୍ସିର ଆଇନ ଶୃଙ୍ଖଳା ଅଧିକାରୀମାନେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking