25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଟ୍ରୁଡେୟୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଟ୍ରୁଡେୟୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଓଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। କାନାଡା ସଂସଦରେ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡା ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ପିୟରେ ପୋଲେଭ୍ରେଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ଦଳ ପକ୍ଷରୁ ସାମୂହିକ ଭାବେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ସୂଚନା ମିଳିଛି। ସୂଚନାନୁସାରେ ଗତକାଲି ଅର୍ଥାତ୍ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଥିବା ବେଳେ ଜଷ୍ଟିନ୍ ଟ୍ରୁଡେୟୁଙ୍କ ବିରୋଧରେ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଛି। ତେବେ ଆଗାମୀ ଦିନରେ ଏହା ଉପରେ ଭୋଟିଂ ଅନୁଷ୍ଠିତ ହେବ। ପ୍ରକାଶ, ଚଳିତ ମାସ ପ୍ରଥମ ସପ୍ତାହରେ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ଟ୍ରୁଡେୟୁ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଫଳରେ ଟ୍ରୁଡେୟୁ ସରକାର ଅଳ୍ପମତକୁ ଆସିଯାଇଥିବା ଅନୁମାନ କରାଯାଉଛି। ବିତର୍କ ସମୟରେ ବିରୋଧୀ ଦଳ ନେତା ଭାବେ ପୋଲେଭ୍ରେ ଗୃହ ସଙ୍କଟ, ଅପରାଧ ନିୟନ୍ତ୍ରଣରେ ବିଫଳତା, ଜାତୀୟ ଋଣ ଦ୍ୱିଗୁଣିତ ହେବା ଆଦିକୁ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ଟ୍ରୁଡେୟୁ ଏବଂ ତାଙ୍କ ସରକାରକୁ ଟାର୍ଗେଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking