24.1 C
Bhubaneswar
Friday, February 13, 2026
Homeଓଡିଶାବିପଦରେ ଗୁରୁପ୍ରିୟା ସେତୁ

ବିପଦରେ ଗୁରୁପ୍ରିୟା ସେତୁ

ଚିତ୍ରକୋଣ୍ଡା: ବନ୍ୟାଜଳ ବାଲିମେଳା ଜଳଭଣ୍ଡାରରେ ପଶିବା ପରେ ହଠାତ୍‌ ଜଳସ୍ତର ବଢ଼ିଯାଇଛି। ଯାହା ସ୍ବାଭିମାନ ଅଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ ପ୍ରତି ବିପଦ ସୃଷ୍ଟି କରିଛି। ଜଳସ୍ତର ଯଦି କିଛି ଘଣ୍ଟା ମଧ୍ୟରେ କମିବ ନାହିଁ ତେବେ ପୋଲକୁ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି। ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳସ୍ତର ୧୫୧୬ ଫୁଟ୍‌ ହୋଇଥିଲା ବେଳେ ଆଜି ସଂଧ୍ୟା ସୁଦ୍ଧା ୧୫୧୪.୧ଫୁଟ୍‌ ରହିଛି। ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଗାର୍ଡର ଠାରୁ ମାତ୍ର ଦୁଇ ଫୁଟ୍‌ ତଳେ ପାଣି ରହିଛି। ଯେଉଁ ହାରରେ ବନ୍ୟାଜଳ ପ୍ରବେଶ କରୁଛି ୨୪ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଜଳସ୍ତର ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଯାହାଫଳରେ ଗାର୍ଡର ସଂପୂର୍ଣ୍ଣ ବୁଡ଼ିଯିବ। ସେହିପରି ଜଳସ୍ତର ଗୁରୁପ୍ରିୟା ସେତୁ ନିକଟସ୍ଥ ଜାନବାଇସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି।

ଖବର ଲେଖାଯିବା ସୁଦ୍ଧା ଜଳଭଣ୍ଡାର ପାଣି ସ୍ୱାସ୍ଥ୍ୟକେନ୍ଦ୍ର ପାଚେରିକୁ ଛୁଇଁ ଅତିକ୍ରମ କରୁଥିଲା। ଯଦି ଜଳସ୍ତର ବଢ଼ିବ ତେବେ ସ୍ୱାସ୍ଥ୍ୟକେନ୍ଦ୍ର ବୁଡ଼ିଯିବା ସହ ଆଖପାଖରେ ରହିଥିବା ଘ‌ରେ ପାଣି ପଶିବ ବୋଲି ଜାନବାଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। କିଛିଦିନ ତଳେ ବାଲିମେଳା ଜଳଭଣ୍ଡାର ଜଳସ୍ତର ୧୫୧୨.୩ ଫୁଟ ରହିଥିଲା। ତେଣୁ ଦୁଇଟି ଗେଟ୍‌ରେ ଜଳ ନିଷ୍କାସନ କରି ଜଳସ୍ତରକୁ ୧୫୧୨ ଫୁଟ୍‌ରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଅଞ୍ଚଳରେ ବର୍ଷାର ପରିମାଣ କମିଯାଇଥିଲା। ବର୍ତ୍ତମାନ ଅନ୍ୟ ଅଞ୍ଚଳରେ ବର୍ଷା ହୋଇ ଜଳଭଣ୍ଡାରରେ କ୍ରମାଗତ ପାଣି ପଶିବାରେ ଲାଗିଛି। ଜଳସ୍ତର ବଢ଼ିବା ପରେ ଜଳଭଣ୍ଡାରରେ ସର୍ବୋଚ୍ଚ ଜଳସ୍ତର ୧୫୧୬ ଫୁଟ ରଖିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଯଦି ଜଳସ୍ତର ୧୫୧୬ ଫୁଟ ଛୁଇଁଯିବ ତେବେ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking