ଜମ୍ମୁ-କଶ୍ମୀର : ଆଜି ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ। ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍। ମଇଦାନରେ ୨୩୯ ପ୍ରାର୍ଥୀ ଥିବାବେଳେ ୨୫ ଲକ୍ଷ ୭୮ ହଜାର ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ୨୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା, ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ରାଇନା ଏବଂ ଅପନି ପାର୍ଟି ମୁଖ୍ୟ ଅଲତଫ୍ ବୁଖାରୀ, ଜମ୍ମୁ କଶ୍ମୀର ପିସିସି ମୁଖ୍ୟ ତାରିଖ୍ ହମ୍ମିଦ କର ପ୍ରମୁଖ ରହିଛନ୍ତି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ।
https://youtu.be/XLXy1AfmgUo?si=eEtWcYVrSNS6GCBD










