27.1 C
Bhubaneswar
Wednesday, May 6, 2026
Homeଓଡିଶାମେଜରଙ୍କ ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିସନରେଟ୍‌ ପୁଲିସ

ମେଜରଙ୍କ ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିସନରେଟ୍‌ ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଭରତପୁର ଥାନା ବିବାଦ ଦେଖାଯିବା ପରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କମିସନରେଟ୍‌ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍‌ ପୁଲିସ ୨୪ ଘଣ୍ଟିଆ ସୁରକ୍ଷାରେ ରହିବେ।

ଗତ ୧୫ ତାରିଖ ରାତିରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା କାଣ୍ଡ ପରେ ଆଜକୁ ୧୦ ଦିନ ହେଲା ଚର୍ଚ୍ଚା ଜାରି ରହିଛି। ନିଜକୁ ଅସୁରକ୍ଷିତ ମନେ କରି ମେଜର ଓ ତାଙ୍କ ବାନ୍ଧବୀ କମିସନରେଟ୍‌ ପୁଲିସକୁ ସୁରକ୍ଷା ମାଗିଥିଲେ। ତେବେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ଡିଜି ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀମାନେ ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking