27.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଓସ୍କାର ଦୌଡରେ ‘ଲାପତା ଲେଡିଜ୍‌’

ଓସ୍କାର ଦୌଡରେ ‘ଲାପତା ଲେଡିଜ୍‌’

ନୂଆଦିଲ୍ଲୀ : ବଲିଉଡ୍ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ନିର୍ଦ୍ଦେଶିକା କିରଣ ରାଓଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’କୁ ଓସ୍କାର-୨୦୨୫ ପୁରସ୍କାର ଟିକେଟ୍ ମିଳିଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଫେଡେରେସନ୍ ଅନୁସାରେ ନିର୍ଦ୍ଦେଶକ ଜାହ୍ନୁ ବରୁଆଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଚୟନ କମିଟି ଏହି ଫିଲ୍ମକୁ ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଜିଓ ଷ୍ଟୁଡିଓଜ୍ ଏବଂ ଅମୀର ଖାନ୍ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏକାଡେମୀ ଆୱାର୍ଡରେ ଦେଶର ପ୍ରତିନିଧିତ୍ୱ କରିବ। ଫେଡେରେସନ ନିକଟକୁ ଚଳିତ ବର୍ଷ ୨୯ଟି ଚଳଚ୍ଚିତ୍ରର ତାଲିକା ଆସିଥିବା ବେଳେ ସେଥି ମଧ୍ୟରୁ ମନୋନୀତ ହୋଇଛି ଲାପତା ଲେଡିଜ୍‌’। ସମ୍ପୂଣ୍ଣ ଦେଶୀ କାହାଣୀ ଉପରେ ନିର୍ମାଣ କରାଯାଇଥିବା ‘ଲାପତା ଲେଡିଜ୍‌’ ଏକ ଭିନ୍ନ ଶୈଳୀର ଚଳଚ୍ଚିତ୍ର ହୋଇଥିବା ବେଳେ ସମାଜ ଉପରେ ଏକ ଗଭୀର ଛାପ ପକାଇବା ପାଇଁ ସମର୍ଥ ହୋଇଥିବା ଫେଡେରେସନ୍ ଦର୍ଶାଇଛି। ତେବେ ଚଳିତ ବର୍ଷ ଫେଡେରେସନ୍ ପାଖକୁ ଆସିଥିବା ଏହି ୨୯ ଚଳଚ୍ଚିତ୍ର ମଧ୍ୟରେ ‘ଆନିମଲ୍‌’, ‘କଳ୍‌କି ୨୮୯୮ ଏଡି’, ‘ଚନ୍ଦୁ ଚମ୍ପିଆନ୍‌’, ‘ଶ୍ରୀକାନ୍ତ’ ଏବଂ ‘ମୈଦାନ’ ଆଦି ଚଳଚ୍ଚିତ୍ର ସାମିଲ ଥିଲା। ଏ ସମସ୍ତ ଫିଲ୍ମକୁ ପଛରେ ପକାଇ ବାଜି ମାରିଛି ‘ଲାପତା ଲେଡିଜ୍‌’। ପ୍ରକାଶ, କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଲାପତା ଲେଡିଜ୍‌’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଫିଲ୍ମରେ ଅଭିନେତା ରବି କିଶନଙ୍କ ସହ ନିତାଂଶୀ ଗୋୟଲ, ପ୍ରତିଭା ରାଣ୍ଟା ଏବଂ ସ୍ପର୍ଶ ଶ୍ରୀବାସ୍ତବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking