29.1 C
Bhubaneswar
Tuesday, September 24, 2024
Homeଓଡିଶାଆଳୁ ପରେ କନ୍ଦାଉଛି ପିଆଜ

ଆଳୁ ପରେ କନ୍ଦାଉଛି ପିଆଜ

ଭୁବନେଶ୍ୱର : କନ୍ଦାଉଛି ପିଆଜ । ଆଳୁ ପରେ ଏବେ ପିଆଜ ଦର ଉପର ମୁଁହା । ମାର୍କେଟରେ କିଲୋ ପ୍ରତି ପିଆଜ ୭୦ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶାକୁ ମୁଖ୍ୟତଃ ବେଙ୍ଗାଳୁରୁ, ନାସିକ ଓ କର୍ନୁଲରୁ ପିଆଜ ଆସିଥାଏ । କିନ୍ତୁ ରାଜ୍ୟକୁ ପିଆଜ ଆମଦାନୀ କମି ଯିବାରୁ ଦର ଧୀରେ ଧୀରେ ମହଙ୍ଗା ହେବାକୁ ଲାଗିଛି । କଟକରେ କେଜି ୬୦ ଟଙ୍କାରେ ବିକ୍ରି ହେଉଛି। କେବଳ ଟୁଇନ୍ ସିଟି ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି । ଓଡ଼ିଶାରେ ଦୈନିକ ୧୫ ଶହରୁ ୧୬ ଶହ ଟନ୍ ପିଆଜ ଆବଶ୍ୟକ ପଡୁଛି ।

ଗତ ୨ ମାସ ହେବ ଲଗାତର ଭାବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । କୁହାଯାଉଛି ନାସିକ୍‌ରେ ଦର ବୃଦ୍ଧି ପାଇଁ ପିଆଜ ଦର ବଢି ଚାଲିଛି । ରୋଷେଇ ଘରୁ ଏବେ ପିଆଜ ଧିରି ଧିରେ କମ୍‌ ହେବାରେ ଲାଗିଲାଣି । ଯେଉଁଠି ଘରକୁ ୨ କିଲୋ ଯାଉଥିଲା । ସେଠରେ ଏବେ ଅଧ କିଲୋ କିଣିବାକୁ ଦୁଇ ଥର ଭାବୁଛନ୍ତି ଗ୍ରାହକ । ପିଆଜର ଦରକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେଣି ଗ୍ରାହକ । ମାସକ ତଳେ ଯେଉଁ ପିଆଜ କିଲୋଗ୍ରାମ ପିଛା ୪୦ ଟଙ୍କା ଥିଲା ଏବେ ଆସି ପହଞ୍ଚିଲାଣି ୬୫ରୁ ୭୦ଟଙ୍କା ରେ ବିକ୍ରି ହେଉଛି । ପିଆଜ କଥା ଶୁଣିଲେ ଗ୍ରାହକଙ୍କ ଆଖିରୁ ପାଣି ବାହାରି ପଡ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking