29.1 C
Bhubaneswar
Tuesday, September 24, 2024
Homeଓଡିଶାଦନ୍ତା ନେଲା ଦୁଇ ଜୀବନ

ଦନ୍ତା ନେଲା ଦୁଇ ଜୀବନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ପୁଣି ଥରେ ଦନ୍ତା ହାତୀ ଉପଦ୍ରବ ରଚିଛି । ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ହେଲେ ମୟୂରଭଞ୍ଜ ମୋରଡ଼ା ଥାନା ସୋନପୁରିଆ ଗାଁର ରଘୁ ହେମ୍ବ୍ରମ ଓ ଉଲିଡିହି ଗାଁର ସଜ୍ରା ହେମ୍ବ୍ରମ ।

ଆଜି ସକାଳେ ରଘୁ ହେମ୍ବମ୍ର ଶୌତ ହେବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ସେହିପରି ହାତୀ ଆକ୍ରମଣରେ ୫୫ ବର୍ଷୀୟ ସଜ୍ରାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଛି । ହାତୀ ମଣିଷ ଲଢେଇ ଜାରି ରହିଛି। କେବେ ମଣିଷ ପାଇଁ ହାତୀର ମୃତ୍ୟୁ ହେଉଛି ତ ଆଉ କେବେ ହାତୀ ପାଇଁ ମଣିଷ ଜୀବନ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking