18.1 C
Bhubaneswar
Thursday, February 12, 2026
Homeଓଡିଶାବଢ଼ୁଛି ମତ୍ସ୍ୟଚାଷୀଙ୍କ ପେଟପାଟଣା ଚିନ୍ତା

ବଢ଼ୁଛି ମତ୍ସ୍ୟଚାଷୀଙ୍କ ପେଟପାଟଣା ଚିନ୍ତା

ଓଡ଼ଗାଁ: ୧୯୮୧ ମସିହାରୁ ବନ୍ଧାପଡ଼ିଛି ଓଡ଼ଗାଁ ବ୍ଲକର ବୁଢ଼ା ବୁଢିଆଣୀ ଡ୍ୟାମ୍‌। ନାଁ ସରକାରଙ୍କ ରାଜସ୍ୱ ବଢିପାରୁଛି କି ଚାଷୀ ଲାଭବାନ୍ ହେଉଛନ୍ତି। ଏବେ ମାଛ ଆମଦାନୀ ହେଉନଥିବାରୁ ମତ୍ସଚାଷୀଙ୍କ ପେଟପାଟଣା ଚିନ୍ତା ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ସର୍ବବୃହତ ବୁଢାବୁଢିଆଣି ଜଳଭଣ୍ଡାର ୩ଶହ ହେକ୍ଟର ଜମିରେ ନିର୍ମାଣ କରାଯାଇଛି। ୧୯୮୧ ମସିହାରେ କାର୍ଯ୍ୟକାରୀ ହୋଇ ମତ୍ସ୍ୟଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ ସରକାର ରାଜସ୍ୱ ଆଦାୟ କରିବାକୁ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ମତ୍ସ୍ୟବିଭାଗ ବର୍ଷକୁ ୧ଲକ୍ଷ ୨ହଜାର ଟଙ୍କାରେ ନନ୍ଦିଘୋର ବୁଢାବୁଢିଆଣି ପ୍ରାଥମିକ ମତ୍ସ୍ୟସମବାୟ ସମିତିକୁ ନିଲାମ ଦେଇଛି। ଏହି ଅର୍ଥରୁ ପ୍ରତିବର୍ଷ ୭୨ହଜାର ଟଙ୍କାର ଜାଆଁଳ ବୁଢାବୁଢିଆଣି ଜଳଭଣ୍ଡାର ପାଇଁ ନନ୍ଦିଘୋର ସମବାୟ ସମିତିକୁ ଦିଆଯାଉଛି। ବାକି ୩୦ହଜାର ଟଙ୍କା ସରକାରଙ୍କ ଖାତାକୁ ଆସୁଛି। ସେତିକି ନୁହେଁ, ପ୍ରତି ୫ବର୍ଷରେ ଥରେ ଲେଖାଏଁ ନିଲାମର ନବୀକରଣ କରାଯାଉଛି।

ଏଥିରେ ସରକାରଙ୍କ ରାଜସ୍ୱ ବଢ଼ିପାରୁ ନଥିବା ବେଳେ ମାଛ ଆଦାୟ ହେଉନାହିଁ। ଏପଟେ ମତ୍ସ୍ୟବିଭାଗ ଇନି୍ସପେକ୍ଟର ସମ୍ବିତ ପାତ୍ର କହିଛନ୍ତି ସରକାର ୩୦ହଜାର ଟଙ୍କା ଆଦାୟ ପାଇଁ ସକୁର୍ଲାର କରିଛନ୍ତି। ଏହି ସକୁର୍ଲାର ବଦଳିବନି କି ଆମେ ନିଲାମର ଧାର୍ଯ୍ୟ ଦର ବଢ଼ାଇପାରିବୁ ନାହିଁ। ଯେହେତୁ ଆଖପାଖରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ନାହିଁ ତେଣୁ ବାଧ୍ୟ ହୋଇ ଆମେ ନିର୍ଦ୍ଦାରିତ ଟଙ୍କା ଧାର୍ଯ୍ୟକରି ନନ୍ଦିଘୋର ପ୍ରାଥମିକ ସମବାୟ ସମିତିକୁ ଦେଇଛୁ। ବୁଢ଼ାବୁଢ଼ିଆଣି ଜଳଭଣ୍ଡାରରୁ ମାଛ ଆଦାୟ ହେଉନଥିବା ଘଟଣାରେ ଭିତରେ ବଡ଼ ବଡ଼ ଖୁଣ୍ଟମାନ ରହିଛି। ତେଣୁ ମତ୍ସଜୀବୀ ଜାଲ ପକାଇବାବେଳେ ଜାଲ ଖୁଣ୍ଟରେ ବାଜି ଚିରିଯାଉଛି ଓ ମାଛ ଆଦାୟରେ ବାଧା ସୃଷ୍ଟିହେଉଛି। ୧୯୮୦ ମସିହାରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି କୋଟି କୋଟି ଟଙ୍କା ଜଳଭଣ୍ଡାରରେ ଖର୍ଚ୍ଚକରିବା ବୃଥା ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଜଳଭଣ୍ଡାରକୁ ମାଛ ଆଣିବାକୁ ଯାଉଥିବା ବ୍ୟକ୍ତି ପ୍ରତିଦିନ ଫେରୁଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking