21.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ!

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ!

ଇମ୍ଫାଲ : ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ ଆତଙ୍କବାଦୀମାନେ ମ୍ୟାନମାର ଦେଇ ମଣିପୁରରେ ପ୍ରବେଶ କରିଥିବା ସୂଚନା ସାମ୍ନାକୁ ଆସିଛି। ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ ମଧ୍ୟ ଗୁପ୍ତଚର ବିଭାଗର ଦାବିକୁ ନିଶ୍ଚିତ କରିଛନ୍ତି। ଆତଙ୍କବାଦୀଙ୍କ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟ କରାଯାଇଛି।

କୁହାଯାଉଛି ଯେ ଆତଙ୍କବାଦୀମାନେ ମ୍ୟାନମାର ନିକଟସ୍ଥ ପାହାଡ଼ିଆ ଅଞ୍ଚଳ ଦେଇ କୁକି ପ୍ରାଧାନ୍ୟ ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏହା ଏକ କୁକି ପ୍ରାଧାନ୍ୟ କ୍ଷେତ୍ର ଅଟେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯେଉଁ ଆତଙ୍କବାଦୀମାନେ ପ୍ରବେଶ କରିଛନ୍ତି ସେମାନେ ଡ୍ରୋନ ଅପରେଟିଂ କରିବାରେ ବିଶେଷଜ୍ଞ ବୋଲି କୁହାଯାଉଛି। ସମସ୍ତ ଏସପି ଏବଂ ପୋଲିସ ଅଧିକାରୀଙ୍କ ନିକଟକୁ ଗୁପ୍ତଚର ବିଭାଗର ରିପୋର୍ଟ ପଠାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଆତଙ୍କବାଦୀମାନେ ୩୦-୩୦ ଗୋଷ୍ଠୀରେ ସାରା ରାଜ୍ୟରେ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦୀମାନେ ଷଡଯନ୍ତ୍ର କରି ମୌତେଇ ପ୍ରାଧାନ୍ୟ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସୂଚନା ସଂପୂର୍ଣ୍ଣ ସଠିକ ବୋଲି କୁହାଯାଉଛି। ମଣିପୁରରେ ବର୍ତ୍ତମାନ କିଛି ସମୟ ଧରି ହିଂସା ଲାଗିରହିଛି। ମଣିପୁରରେ ସେପ୍ଟେମ୍ବରରୁ ହିଂସା ବୃଦ୍ଧି ପାଇଛି।

ସେଠାରେ ହିଂସା ବନ୍ଦ ହେଉନାହିଁ। ଏହାର ମୁଖ୍ୟ କାରଣ ହେଉଛି କୁକି ଏବଂ ମୌତେଇ ସମ୍ପ୍ରଦାୟ ମଧ୍ୟରେ ଜାତି ବିବାଦର । ମୌତେଇ ସମ୍ପ୍ରଦାୟ ଉପତ୍ୟକାରେ ବାସ କରନ୍ତି । କୁକି ସମ୍ପ୍ରଦାୟ ପର୍ବତରେ ବାସ କରନ୍ତି। ହିଂସା ପରଠାରୁ ଦୁଇ ସମ୍ପ୍ରଦାୟ ପରସ୍ପରର ଅଞ୍ଚଳ ପରିଦର୍ଶନ କରିବା ବନ୍ଦ କରି ଦେଇଛନ୍ତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଅନେକ ଥର ଝଗଡା ଏବଂ ହିଂସା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking