23.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦିଅ ଯାଇଥିଲା ତିରୁପତି ଲଡ଼ୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦିଅ ଯାଇଥିଲା ତିରୁପତି ଲଡ଼ୁ

ଅଯୋଧ୍ୟା : ତିରୁପତି ତିରୁମାଳା ବାଲାଜୀ ମନ୍ଦିରର ଲଡ଼ୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟା ଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି । ସେ କହିଛନ୍ତି ଯେ ଚଳିତବର୍ଷ ଜାନୁଆରି ୨୨ ତାରିଖରେ ହୋଇଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ତିରୁପତି ମନ୍ଦିରର ଲଡୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ମନ୍ଦିରର ଲଡୁରେ ପଶୁ ଚର୍ବି ମିଶୁଛି ବୋଲି ଅଭିଯୋଗ ହୋଇ ବିବାଦ ଉପୁଜିବା ପରେ ମୁଖ୍ୟ ପୁରୋହିତଙ୍କର ଏପରି ମନ୍ତବ୍ୟ ଏବେ ଏହି ଘଟଣାର ତଦନ୍ତ ଦାବି କରିଛି। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଇଣ୍ଡିଆ ଟୁଡେକୁ କହିଛନ୍ତି, “ମୁଁ ଜାଣେ ନାହିଁ କେତେ ଲଡୁ ଅଣାଯାଇଥିଲା। ଟ୍ରଷ୍ଟ ଏହା ଜାଣିଥିବ। କିନ୍ତୁ ଯାହା ବି ହେଉ, ଭକ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ମିଶ୍ରଣକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଏକ ବିପଜ୍ଜନକ ଷଡ଼ଯନ୍ତ୍ରକୁ ସୂଚାଉଛି।” ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ଏକ ଲକ୍ଷରୁ ଅଧିକ ଲଡୁ ପଠାଯାଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮,୦୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking