32.1 C
Bhubaneswar
Saturday, September 21, 2024
Homeଖେଳଜୁନିୟର୍ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; ଭାରତକୁ ବ୍ରୋଞ୍ଜ୍ ଦେଲେ ଧନୁଷ

ଜୁନିୟର୍ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; ଭାରତକୁ ବ୍ରୋଞ୍ଜ୍ ଦେଲେ ଧନୁଷ

ନୂଆଦିଲ୍ଲୀ:  ଭାରତୀୟ ଭାରୋତ୍ତୋଳକ ଲୋଗନାଥନ୍ ଧନୁଷ ଶୁକ୍ରବାର ଆଇଡବ୍ଲ୍ୟୁଏଫ୍ ଜୁନିୟର୍ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ର ପୁରୁଷ ୫୫ କେଜି ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟରେ ପଦକ ଜିତିବାରେ ଧନୁଷ ପ୍ରଥମ ଭାରତୀୟ ପୁରୁଷ ଭାରୋତ୍ତୋଳକ ହୋଇଛନ୍ତି । ୧୭ ବର୍ଷୀୟ ଧନୁଷ ମୋଟ ୨୩୧ କେଜି ଭାର ଉଠାଇବା ସହ ସ୍ନାଚ୍‌ରେ ୧୦୭ କେଜି ଭାର ଉଠାଇ ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିଛନ୍ତି । ତେବେ କ୍ଲିନ୍ ଆଣ୍ଡ୍ ଜର୍କରେ ସେ ୧୨୪ କେଜିର ସର୍ବଶ୍ରେଷ୍ଠ ପ୍ରୟାସ ସହ ୧୩ଶ ସ୍ଥାନରେ ରହିଛନ୍ତି । ଭିଏତ୍‌ନାମ୍‌ର କେ. ଡୁଓଙ୍ଗ୍ ମୋଟ ୨୫୩ କେଜି ଭାରତ ଉଠାଇ ସ୍ୱର୍ଣ୍ଣ ଏବଂ ଜାପାନର ତୋମାରୀ କୋଟାରୋ (୨୪୭ କେଜି) ରୌପ୍ୟ ପଦକ ଜିତିଛନ୍ତି । ମହିଳା ଇଭେଣ୍ଟ୍‌ରେ ପାୟଲ ୪୫ କେଜି ଭାର ବର୍ଗରେ ମୋଟ ୧୫୦ କେଜି ଓଜନ ଉଠାଇ ୬ଷ୍ଠ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟ୍‌ରେ ମୋଟ ୯ ଭାରତୀୟ ଆଥ୍‌ଲେଟ୍ ଭାଗ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking