32.1 C
Bhubaneswar
Saturday, September 21, 2024
Homeଖେଳଚେସ୍ ଅଲିମ୍ପିଆଡ୍‌: ଉଭୟ କାଟାଗୋରୀ ଶୀର୍ଷରେ ଭାରତ

ଚେସ୍ ଅଲିମ୍ପିଆଡ୍‌: ଉଭୟ କାଟାଗୋରୀ ଶୀର୍ଷରେ ଭାରତ

ନୂଆଦିଲ୍ଲୀ:  ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ଚେସ୍ ଅଲିମ୍ପିଆଡ୍‌ରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଓପନ୍ କାଟାକୋରୀରେ ଭାରତୀୟ ଟିମ୍ ଗୁରୁବାର ୮ ରାଉଣ୍ଡ୍ ପରେ ୧୬ ପଏଣ୍ଟ ନେଇ ଶୀର୍ଷରେ ରହିଛି । ସେହିପରି ମହିଳା କାଟାଗୋରୀରେ ମଧ୍ୟ ଭାରତ ୧୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଆଉ ତିନି ରାଉଣ୍ଡ୍ ବାକି ଥିବାବେଳେ ଶୁକ୍ରବାର ୯ମ ରାଉଣ୍ଡ୍ ଖେଳାଯିବ । ଗୁରୁବାର ଓପନ୍ କାଟାଗୋରୀର ୮ମ ରାଉଣ୍ଡ୍‌ରେ ଭାରତ ୩.୫-୦.୫ରେ ଇରାନ୍‌କୁ ହରାଇ ଦେଇଥିଲେ । ତେବେ ମହିଳାରେ ଭାରତୀୟ ଟିମ୍ ପ୍ରଥମ ଥର ପାଇଁ ପୋଲାଣ୍ଡଠାରୁ ୧.୫-୨.୫ରେ ପରାଜିତ ହୋଇଛି । ଚେସ୍ ଅଲିମ୍ପିଆଡ୍‌ର ପ୍ରତ୍ୟେକ ରାଉଣ୍ଡ୍‌ରେ ୪ ବ୍ୟକ୍ତିଗତ ମୁକାବିଲା ହୋଇଥାଏ । ପ୍ରତ୍ୟେକ ମ୍ୟାଚ୍ ବିଜୟରେ ୧ ପଏଣ୍ଟ ଏବଂ ଡ୍ର’ ସ୍ଥିତିରେ ଅଧ ପଏଣ୍ଟ ମିଳିଥାଏ । ମୋଟ ପଏଣ୍ଟ ଆଧାରରେ ସେହି ରାଉଣ୍ଡ୍‌ର ବିଜେତା ନିର୍ଣ୍ଣୟ ହୋଇଥାଏ ।
ଓପନ୍ କାଟାଗୋରୀର ୮ମ ରାଉଣ୍ଡରେ ଭାରତର ଯୁବ ଗ୍ରାଣ୍ଡ୍‌ମାଷ୍ଟର ଡି. ଗୁକେଶ, ଅର୍ଜଚନ ଏରିଗାସୀ ଏବଂ ବିଦିତ୍ ଗୁଜରାତୀ ମ୍ୟାଚ୍ ବିଜୟୀ ହୋଇଥିଲେ । ଏହି କାଟାଗୋରୀର ଅନ୍ତିମ ଗେମ୍‌ରେ ଆର୍‌. ପ୍ରଜ୍ଞାନନ୍ଦଙ୍କ ମ୍ୟାଚ୍ ଡ୍ର’ ରହିଥିଲା । ମହିଳାରେ ଭାରତ ୧.୫-୨.୫ରେ ପୋଲାଣ୍ଡ ଠାରୁ ପରାଜିତ ହୋଇଛି । ଆର୍ ବୈଶାଳୀ ପୋଲାଣ୍ଡର ମୋନିକା ସୋକୋ ଏବଂ ଅଲିନା କାଶାଲିନ୍‌ସ୍କାୟାଙ୍କଠାରୁ ହରିକା ପରାଜିତ ହୋଇଥିଲେ । ଦିବ୍ୟା ଦେଶମୁଖ ନିଜ ମ୍ୟାଚ୍ ଜିତିଥିବା ବେଳେ ବନ୍ତିକା ଅଗ୍ରୱାଲ୍ ମ୍ୟାଚ୍ ଡ୍ର’ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking