31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକର୍ଣ୍ଣାଟକ ହାଇକୋର୍ଟ ଜଜ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

କର୍ଣ୍ଣାଟକ ହାଇକୋର୍ଟ ଜଜ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : କର୍ଣ୍ଣାଟକ ହାଇକୋର୍ଟର ବେଦଭ୍ୟାସାଚାର୍ଯ୍ୟ ଶୀଶାନନ୍ଦ ନାମକ ଜଣେ ବିଚାରପତିଙ୍କୁ ତାଙ୍କର ଏକ ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମ୍‌କୋର୍ଟ ଅତ୍ୟନ୍ତ କଟୁ ଶବ୍ଦରେ ଭର୍ତ୍ସନା କରିଛନ୍ତି । ଏହାସହିତ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଧାନ ବିଚାରପତିଙ୍କ ଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି ।
ରିପୋର୍ଟ ଅନୁସାରେ ଜଣେ ଜମି ମାଲିକ-ଭଡାଟିଆଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଉପରେ ଶୁଣାଣି କରିବା ଅବସରରେ ବିଚାରପତି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ସଂଖ୍ୟାଲଘୁ (ମୁସଲିମ୍ ସମ୍ପ୍ରଦାୟ)ବହୁଳ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି ଉଲ୍ଲେଖ କରିଥିଲେ । ତେବେ ଏହି ଶୁଣାଣି ପ୍ରକ୍ରିୟାର ଭିଡିଓ ବାହାରେ ଭାଇରାଲ୍ ହୋଇଥିଲା । ଭିଡିଓରେ ଦୁଇଟି ପ୍ରସଙ୍ଗ ମୁଖ୍ୟତଃ ଦେଖିବାକୁ ମିଳିଛି । ପ୍ରଥମତଃ ବିଚାରପତିଙ୍କ ଏପ୍ରକାର ମିନି ପାକିସ୍ତାନ ଭାବେ ଅଭିହିତ କରାଯିବା ଏବଂ ଦ୍ୱିତୀୟତଃ ଏହି ପ୍ରସଙ୍ଗରେ ମାମଲା ପରିଚାଳନା କରୁଥିବା ଜଣେ ମହିଳା ଓକିଲଙ୍କ ପ୍ରତି ବିଚାରପତି ଶ୍ରୀଶାନନ୍ଦଙ୍କ ସମ୍ବେଦନଶୀଳ ମନ୍ତବ୍ୟ । ଏଥିରେ ସ୍ପଷ୍ଟ ଭାବେ ବିଚାରପତିଜଣକ କିଛି ଏପ୍ରକାର ଶବ୍ଦ ପ୍ରୟୋଗ କରିବା ଦେଖିବାକୁ ମିଳିଥିଲା, ଯାହାକି ନ୍ୟାୟପାଳିକା ଦୃଷ୍ଟିକୋଣରୁ ଆପତ୍ତିଜନକ । ତେବେ ଭିଡିଓକୁ ଭଲଭାବେ ଅନୁଧ୍ୟାନ କରାଯିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ୫ଜଣିଆ ଖଣ୍ଡପୀଠ ନ୍ୟାୟିକ ନିୟମ ମାନିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ବ୍ୟତୀତ ଜଷ୍ଟିସ୍ ରାଜୀବ ଖାନ୍ନା, ଜଷ୍ଟିସ୍ ବିଆର ଗୱାଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହୃଷିକେଶ ରୟଙ୍କ ଖଣ୍ଡପୀଠ, କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ସହ ମୁଖ୍ୟ ବିଚାରପତିଙ୍କ ଠାରୁ ଏନେଇ ରିପୋର୍ଟ ତଲବ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୋସିଆଲ ମିଡିଆ ସକ୍ରିୟ ଭାବରେ କୋର୍ଟର ପ୍ରକ୍ରିୟା ଉପରେ ନଜର ରଖିଛି । ତେଣୁ କୋର୍ଟରେ ଦିଆଯାଉଥିବା ନ୍ୟାୟିକ ମନ୍ତବ୍ୟଗୁଡିକ ଆଶାନୁରୂପକ ଶୈଳୀ ତଥା ଆଇନ୍ ସମ୍ମତ ହେବା ଅତ୍ୟନ୍ତ ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking