30.1 C
Bhubaneswar
Friday, September 20, 2024
Homeଓଡିଶାଅସ୍ତରଙ୍ଗରେ ବିଲୁଆ ଆତଙ୍କ; ସଂଧ୍ୟା ହେଲେ ପଡୁଛି ତାଟି କବାଟ

ଅସ୍ତରଙ୍ଗରେ ବିଲୁଆ ଆତଙ୍କ; ସଂଧ୍ୟା ହେଲେ ପଡୁଛି ତାଟି କବାଟ

ଅସ୍ତରଙ୍ଗ : ଅସ୍ତରଙ୍ଗରେ ବିଲୁଆ ଆତଙ୍କ । ଗୋଡେଇ ଗୋଡେଇ ଆକ୍ରମଣ କରୁଛି ବିଲୁଆ ସନ୍ଧ୍ୟା ହେଲେ ଲୋକଙ୍କ ମନରେ ପଶୁଛି ଛନକା । ହାତରେ ବାଡି ଧରି ରାସ୍ତା ଚାଲିବାକୁ ପଡୁଛି । ଏକା ନୁହଁ ବରଂ ମେଳି ବାନ୍ଧି ଚଳ ପ୍ରଚଳ କରୁଛନ୍ତି ଲୋକେ । କେତେବେଳେ କେଉଁ ସମୟରେ ବିଲୁଆ କାମୁଡି ଭୟ ରହୁଛି ଲୋକଙ୍କ ମନରେ । ଅସ୍ତରଙ୍ଗର ଦୁଇଟି ପଞ୍ଚାୟତର ୪ଟି ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ବିଲୁଆ । ବର୍ତ୍ତମାନ ସୁଦ୍ଧା ୧୧ ଜଣ ମଣିଷ ଓ ୨ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରି କଲାଣି ଲହୁ ଲୁହାଣ କରିିଛି ବିଲୁଆ । ବନ ବିଭାଗ ସନ୍ଧ୍ୟା ସମୟରେ ବିଭିନ୍ନ ଗାଁରେ ପାଟ୍ରୋଲିଂ କରିବା ସହ ବିଲୁଆର ଗତିବିଧି ଉପରେ ନଜର ରଖିଥିବା କହିଛି ।

ସନ୍ଧ୍ୟା ସମୟରେ କାମ ନଥିଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ । କୋରଣା ପଞ୍ଚାୟତର ବଙ୍କୁରି ଗ୍ରାମରେ ୫ ଜଣଙ୍କୁ ପାଗଳ ବିଲୁଆ କରିଛି ଆକ୍ରମଣ । ସେମାନଙ୍କ ମଧ୍ୟରେ ଜଣେ ୮୨ ବର୍ଷୀୟ ବୃଦ୍ଧ ଓ ତାଙ୍କ ପୁଅ ଗୁରୁତର ହୋଇଥିଲା ବେଳେ ଭୁବନେଶ୍ୱରରୁ ଚିକିତ୍ସା ହୋଇ ଫେରିଛନ୍ତି । ବଙ୍କୁରି ଗ୍ରାମକୁ ବାଦ ଦେଲେ, ଵନ୍ଦାରୀ ଗ୍ରାମରେ ୨ ଜଣ, କରାଳ ଗ୍ରାମରେ ୨ ଜଣ, ତିରିକଣା ଗ୍ରାମର ୨ ଜଣ ବିଲୁଆ ଆକ୍ରମଣର ଶିକାର ହୋଇଛନ୍ତି । ସେହିପରି ବାଙ୍କୁରି ଗ୍ରାମରେ ଗୋଟିଏ ଗାଈ ଓ ବାଛୁରୀକୁ ବିଲୁଆ ଆକ୍ରମଣ କରିଛି । ଆକ୍ରମଣ କରିବାକୁ ଆସୁଥିବା ବିଲୁଆମାନଙ୍କ ମଧ୍ୟରୁ ୨ଟି ବିଲୁଆକୁ ସ୍ଥାନୀୟ ଲୋକେ ବାଡେଇ ବାଡେଇ ମାରି ଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking