30.1 C
Bhubaneswar
Friday, September 20, 2024
Homeଓଡିଶାହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି ? ଜାଣନ୍ତୁ..

ହାର୍ନିଆ କ’ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି ? ଜାଣନ୍ତୁ..

ବ୍ରହ୍ମପୁର: ହାର୍ନିଆ ହେବା ଏକ ସାଧାରଣ ରୋଗ । ଏଥିରେ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ । ପିଲା ଓ ବୟସ୍କ ଲୋକଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାର୍ନିଆ ହୋଇପାରେ । ସାଧାରଣତଃ ପେଟ ତଳେ ହୋଇଥାଏ । ଶରୀରର ଏହି ଅଂଶରେ କୌଣସି ସମସ୍ୟା ଦେଖାଦେଲେ ପେଟରେ ଥିବା ଜିନିଷ ନିଜ ସ୍ଥାନରେ ନ ରହି ବାହାରକୁ ଠେଲି ହୋଇ ଚାଲି ଆସିଥାଏ । ଯାହାକୁ ଆମେ ହାର୍ନିଆ କହିଥାଉ । ଉଭୟ ପୁରୁଷ ଓ ମହିଳାଙ୍କ ନାଭି କିମ୍ବା ପେଟ ତଳେ ହାର୍ନିଆ ହୋଇଥାଏ । ଅଣ୍ଡକୋଷ ନିକଟରେ ପ୍ରାପ୍ତବୟସ୍କଙ୍କ ଯେଉଁ ହାର୍ନିଆ ରହିଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ହାର୍ନିଆର କାରଣ ଅଲଗା । ଛୋଟ ଶିଶୁଙ୍କ କ୍ଷେତ୍ରରେ ହାର୍ନିଆ ରହିଲେ ତା’ର ଶରୀରରେ କୌଣସି ଅସୁବିଧା ନାହିଁ । ମେଡିସିନ ଦ୍ବାରା ଠିକ୍ ହୋଇପାରିବ କି ?

ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଚିକିତ୍ସକ ଡାକ୍ତର ପ୍ରଣୟ ପାଣିଗ୍ରାହୀ କହିଛନ୍ତି ଯେ, ଶିଶୁଙ୍କ କ୍ଷେତ୍ରରେ ହାର୍ନିଆ ଦେଖାଦେଲେ ବହୁ ବ୍ୟକ୍ତିବିଶେଷଙ୍କ ଧାରଣା ଏହା ଔଷଧରେ ଭଲ ହୋଇଯିବ । ହେଲେ ସେଭଳି କୌଣସି ଔଷଧ ନାହିଁ ଯାହାକି ସେହି ରାସ୍ତାଟି ବନ୍ଦ ହୋଇଥିବା ସ୍ଥାନ ଖୋଲିପାରିବ । ଏଣୁ କେବଳ ଅସ୍ତ୍ରୋପ୍ରଚାର କଲେ ହିଁ ହାର୍ନିଆ ଠିକ୍ ହୋଇପାରିବ । ଛୋଟ ଛୁଆଙ୍କ ପେଡିଆଟିକ୍ ହାର୍ନିଆ ହେଲେ, ଏହା ତା’ର ଜନ୍ମ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ । ଶିଶୁଟିର ମାଂଶପେଶୀରେ ଦୁର୍ବଳତା ରହିଲେ ତାହା ଦେଖିବାକୁ ମିଳିଥାଏ । ଯେଉଁ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି, ସେମାନଙ୍କ କ୍ଷେତ୍ରରେ ପେଡିଆଟିକ୍ ହାର୍ନିଆ ହେବାର ସମ୍ଭାବନା ଅଧିକ ଥାଏ । ମୁଖ୍ୟତଃ ଶିଶୁକୁ ଦୁଇରୁ ପାଞ୍ଚ ବର୍ଷ ମଧ୍ୟରେ ଏହି ରୋଗ ଦେଖିବାକୁ ମିଳିଥାଏ । ଅନେକ ବାପାମାଆ ଛୋଟ ଛୁଆଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ଚିନ୍ତା କରି ବିଳମ୍ବ କରିଥାନ୍ତି । ଯାହା ଆଦୌ ଠିକ୍ ନୁହେଁ । ହାର୍ନିଆ ଚିହ୍ନଟ ହେଲେ ଯେତେ ଶୀଘ୍ର ସମ୍ଭବ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking