28.1 C
Bhubaneswar
Wednesday, April 29, 2026
Homeଓଡିଶାଆସୁଛି ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା

ଆସୁଛି ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସମ୍ଭବତଃ ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ପାରାଦ୍ବୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ। ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ପ୍ରାୟତଃ ସମ୍ବଲପୁର ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇପାରେ। ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେଲେ ସମୁଦ୍ରରେ ଅଧିକ ୨୪ ଘଣ୍ଟା ରହିବା ସମ୍ଭାବନା ରହିଛି।
ଏହାଦ୍ବାରା ରାଜ୍ୟରେ ୨୩ରୁ ବର୍ଷା ଆରମ୍ଭ ହୋଇ ୪୮ଘଣ୍ଟା ବର୍ଷିପାରେ। ଗୁରୁବାର କଟକ, ଭୁବନେଶ୍ବର, ଗୋପାଳପୁର, ପାରଳାଖେମୁଣ୍ଡିରେ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୨ ତାରିଖରୁ ଦୁଇଦିନ ପର୍ୟ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking