25.1 C
Bhubaneswar
Monday, December 22, 2025
Homeଓଡିଶାବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ...

ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ଭୁବନେଶ୍ୱର,: ରବିବାର ଦିନ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ ଭେଟି ପ୍ରେରିତ ହେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ସିଢ଼ି ଚଢ଼ି ବିନା କୌଣସି ପ୍ରାଇଭେଟ୍ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଲକ୍ଷ ହାସଲରେ ପଛରେ ପଡ଼ିନଥିବା ଲିନ୍ସା ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ MKCGରେ ଡାକ୍ତରୀ ପାଠ ପଢିବାକୁ ଯାଉଥିବା ଲିନ୍ସାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ମଂଡବାଡ଼ି ୟୁ.ପି ସ୍କୁଲରେ ଗଣଶିକ୍ଷକ ରୂପେ କାର୍ଯ୍ୟରତ ପିତା ଇଲିଆସ ପ୍ରଧାନ ଏବଂ ଅଙ୍ଗନବାଡି କର୍ମୀ ମାତା ରୀନା ପ୍ରଧାନ ଆର୍ଥିକ ଅଭାବ ସତ୍ୱେ ଝିଅକୁ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ଲିନ୍ସା ତାଙ୍କର +2 ସାର୍ଟିଫିକେଟ ହଜି ଯାଇଥିବା ଏବଂ ସେ ସାର୍ଟିଫିକେଟ ପାଇଁ ବୋର୍ଡ ଅଫିସରେ ପୁଣିଥରେ ଆବେଦନ କରିବା କଥା ଜଣାଇଥିଲେ । ଏକ ମାସ ମଧ୍ୟରେ MKCGରେ ଲିନ୍ସାଙ୍କ ଆଡ଼ମିସନ୍ ଥିବାରୁ ତାଙ୍କ ସମସ୍ୟାର ଗଭୀରତାକୁ ବୁଝିବା ସହ +2 ସାର୍ଟିଫିକେଟ କିପରି ଶୀଘ୍ର ମିଳିପାରିବ ତା’ର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking