17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମୋଦୀଙ୍କ ନେତୃତ୍ୱରେ ଆଗକୁ ବଢୁଛି ଦେଶ : ଅମିତ ଶାହ

ମୋଦୀଙ୍କ ନେତୃତ୍ୱରେ ଆଗକୁ ବଢୁଛି ଦେଶ : ଅମିତ ଶାହ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ ହୋଇଛି। ଲୋକସଭା ନିର୍ବାଚନ ସମୟରେ ୧୦୦ଦିନର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଶପଥ ଗ୍ରହଣ କରିବାର ୧୦୦ଦିନ ମଧ୍ୟରେ ୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସବୁଜ ସଙ୍କେତ ଦେଇଥିଲେ। ଦେଶର ଭିତ୍ତିଭୂମି ଉପରେ ସର୍ବାଧିକ ଧ୍ୟାନ ଦେଇ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ୧୦୦ଦିନ ପୂରଣ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି। ମୋଦୀ ସରକାର ଦେଶର ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ। ତୃତୀୟ ପାଳିରେ ମୋଦୀ କୃଷିର ବିକାଶ ହେଉ କିମ୍ବା କୃଷକଙ୍କ କଲ୍ୟାଣ, ରାଜପଥ, ମେଟ୍ରୋ, ବିମାନବନ୍ଦର, ପ୍ରତିରକ୍ଷା, ପରିବେଶ, ଗରିବ ଏବଂ ମଧ୍ୟବିତଙ୍କ ବିକାଶ ପାଇଁ କାମ କରିଛନ୍ତି। ଗତ ୧୦ବର୍ଷରେ ଦେଶ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା କ୍ଷେତ୍ରରେ ସୁଦୃଢ ହୋଇଛି। ସାରା ଦେଶରେ ଭାରତ ଉତ୍ପାଦନର କେନ୍ଦ୍ର ପାଲଟିଛି ବୋଲି ଶାହ କହିଛନ୍ତି। ମେକ୍‌‌ ଇନ୍‌‌ ଇଣ୍ଡିଆ ଅଧୀନରେ ଭାରତ ବର୍ତ୍ତମାନ ୯୦ରୁ ଅଧିକ ଦେଶକୁ ସାମରିକ ହାର୍ଡୱେର୍‌‌ ରପ୍ତାନି କରୁଛି। ଆମେରିକା ସର୍ବ ବୃହତ ପ୍ରତିରକ୍ଷା ରପ୍ତାନି ସ୍ଥଳ ଭାବରେ ଉଭା ହୋଇଥିବା ବେଳେ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ଶାହ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking