କେରଳ : କେରଳରେ ପୁଣି ଡ଼ରାଇଲାଣି ନିପା ଭାଇରସ୍ । ରାଜ୍ୟର ମଲପ୍ପୁରମ୍ ଜିଲ୍ଲାରେ ନିପା ମୃତ୍ୟୁ ପରେ ଭାଇରସ୍ ସଂସ୍ପର୍ଶରେ ଆସିଥିବା ୧୭୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୨୬ ଜଣଙ୍କୁ ପ୍ରାଥମିକ ତାଲିକାରେ ରଖାଯାଇଥିବା ବେଳେ ୪୯ ଜଣଙ୍କୁ ଦ୍ୱିତୀୟ ତାଲିକାରେ ରଖାଯାଇଛି । ଏମାନଙ୍କ ଭିତରୁ ୭୪ ଜଣ ଅଛନ୍ତି ସ୍ୱାସ୍ଥ୍ୟକର୍ମୀ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜଙ୍କ ସୂଚନା ମୁତାବକ, ରୋଗୀଙ୍କ ସଂସ୍ପର୍ଶରେ ଆସିବା କାରଣରୁ ୧୦୪ ଜଣ ହାଇ-ରିସ୍କରେ ରହିଛନ୍ତି । ୧୦ ଜଣ ଲୋକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ୧୩ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ରିପୋର୍ଟ ଆସିବା ବାକି ଅଛି । ଗତ ୯ ତାରିଖରେ ୨୪ ବର୍ଷୀୟ ଯୁବକଙ୍କ ନିପାରେ ମୃତ୍ୟୁ ପରଠାରୁ ଭାଇରସ୍ର ପ୍ରକୋପ ବଢ଼ିବାରେ ଲାଗିଛି । କେରଳରେ ନିପା ଭାଇରସ୍ରେ ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ମୃତ୍ୟୁ ମାମଲା । ରାଜ୍ୟରେ ଗତ ଜୁଲାଇ ୨୧ରେ ଭାଇରସ୍ରେ ପ୍ରଥମ ମୃତ୍ୟୁ ହୋଇଥିଲା ।